କୁମ୍ଭୀର ଖାଇଗଲା ସ୍କୁଲ ଛାତ୍ର କୁ
ଚିତ୍ରକୋଣ୍ଡା, (ଅରୁନିମା ପୁରୋହିତ):ଖାଇଗଲା କୁମ୍ଭୀର, ଚିତ୍ରକୋଣ୍ଡା ଜଳ ଭଣ୍ଡାର ରେ କୁମ୍ଭୀର ଖାଇଗଲା ସ୍କୁଲ ଛାତ୍ର କୁ lଗତ କାଲି ମଧ୍ଯହ୍ନ ରେ ଚିତ୍ରକୋଣ୍ଡା ଝୋଲା ଗୁଡା ଅପରେଟ କଲୋନୀ କୈଳାସ ମାଝୀ ଓ ଅଜୟ ଖରା ନିକଟ ରେ ଥିବା ଜଳଭଣ୍ଡାର ଲିଙ୍କ ଜଳାଶୟ କୁ ଗାଧେଇ ବାକୁ ଯାଇଥିଲେ ତେଵେ ଗାଧେଇ ଥିବା ସମୟ ରେ ହଟାତ କୈଳାସ ନିଖୋଜ ହୋଇଯାଇଥିଲା ତେଵେ ଏସମ୍ପର୍କ ରେ ପରିବାର ଲୋକ ଖବର ପାଇ ଖୋଜା ଖଜି କରିଥିଲେ ଏବଂ କୁମ୍ବୀର ନେଇଯାଇ ଥିବା ଜାଣିବାକୁ ପାଇଥିଲେ . ଆଜି ସକାଳ କୈଳାସ ର ଗୋଡ଼ ଓ ହାତ ନଥିବା କ୍ଷତ ବ୍ୟକ୍ଷତ ସବ କୁ ନଦୀ ମଧ୍ୟ୍ୟ ରୁ ଉଦ୍ଧାର କରିଥିଲେ ପୂର୍ବରୁ ଏଠାରେ କୁମ୍ଭୀର ପାଣି ପିଇବାକୁ ଆଶୁ ଥିବା ଗାଈ ଓ ଛେଳି ଆଦି ପଶୁ ଙ୍କୁ ଆକ୍ରମଣ କରିଥିବା ବେଳେ ଏହି ଅଂଚଳ ରେ କୁମ୍ବୀର ଆତଙ୍କ ଦେଖବାକୁ ମିଳିଛି l ଆଜି ଘଟଣା ସ୍ଥଳ ରେ ପୋଲିସ ଓ ବନ ବିଭାଗ ପହଂଚି ତଦନ୍ତ କରୁଛି l ପ୍ରାୟ ୩ ଟି କୁମ୍ଭୀର ଏଠାରେ ଥିବା ସୂଚନା ମିଳିଛି l