ଲକ୍ଷାଧିକ ଟଙ୍କାର କାଠ ଓ ବିଦେଶୀ ମଦ ଜବତ

ଜୟପୁର, (ୱାଇଏନ୍‌ଏସ୍‌): କୋରାପୁଟ ଜିଲା ଜୟପୁର ନିକଟସ୍ଥ ଚିଲିଗୁଡା ଏକ ଘରେ ବନବିଭାଗ ଏବଂ ପୋଲିସ ର ମିଳିତ ଛାଡ଼ଉ । ଚଢ଼ାଉ କରି ବିପୁଳ ପରିମାଣର କାଠ ଜବତ କରିବା ସହ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନାକୁ ମଧ୍ୟ ଠାବ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ଜୟପୁର ସହରର ଚିଲିଗୁଡା ଠାରେ ଆଜି ମହେନ୍ଦ୍ର ସ୍ୱାଇଁ ନାମକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା ବନ ବିଭାଗ । ଚଢ଼ାଉ ସମୟରେ ବହୁ ପରିମାଣର ଟିକ କାଠ ପଟା ଜବତ କରାଯାଇଛି। ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଜୟପୁର ବନବିଭାଗ ଅଧିକାରୀ, ଏସବୁ କାଠ ପଟାର କୋଣସି ରସିଦ ନଥିବା ମଧ୍ୟ ସୂଚନା ଦେଇଛି ବନ ବିଭାଗ। .ସେପଟେ ଏହି ଚଢ଼ାଉ ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅନ୍ୟ ଏକ ଘର ଭଡା ନେଇ ଥିଲେ। ସେହି ଘରୁ ଅନେକ ପ୍ରକାର ବ୍ରାଣ୍ଡର ବିଦେଶୀ ମଦ ବଟଲକୁ ମଧ୍ୟ ଠାବ କରାଯାଇଛି। ବନବିଭାଗ ତରଫରୁ ଖବର ପାଇ ଜୟପୁର ପୋଲିସ ପହଞ୍ଚି ସମସ୍ତ ବିଦେଶୀ ମଦ ବଟଲକୁ ଜବତ କରିଥିବା ବେଳେ ଏହି ମଦକୁ ସେଇ ଘରେ ପ୍ରସ୍ତୁତି କରୁଥିବା ଟାଉନ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସମ୍ପୃକ୍ତ ବ୍ୟକ୍ତି ଆଉ ତାଙ୍କ ସ୍ତ୍ରୀ ମିଶି ଏହି କାମ କରୁଥିବା ଜଣା ପଡ଼ିଛି। ତାଙ୍କୁ ପୋଲିସ ଆଉ ବନବିଭାଗର ଅଧିକାରୀ ମାନେ ଅଟକ ରଖି ପଚରା ଉଚରା କରୁଛନ୍ତି। ସେପଟେ ନିଜ ଘର କାମ ପାଇଁ କିଛି ପଟା କିଣିଥିବା ବେଳେ ସେଥିରୁ କିଛି ପଟାର ବିଲ ଅଛି ଆଉ କିଛିର ବିଲ ନାହିଁ ବୋଲି କହିବା ସହ ଲକ୍ ଡାଉନ ସମୟରେ ମଦ ବିକ୍ରି କରୁଥିବା କହିଛନ୍ତି ସମ୍ପୃକ୍ତ ବ୍ୟକ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ