ବୁଲବୁଲକୁ କୋହଲିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଅନୁଷ୍କା ଶର୍ମାଙ୍କ ନୂଆ ନେଟଫ୍ଲିକ୍ସ ଚଳଚ୍ଚିତ୍ର ବୁଲବୁଲକୁ ପ୍ରସାର ପାଇଁ ତାଙ୍କ କ୍ରିକେଟର ପତିଦେବ ବିରାଟ କୋହଲି ଏହାର ସମୀକ୍ଷା କରିଛନ୍ତି । ବୁଧବାର ମୁକ୍ତିଲାଭ କରିଥିବା ସିନେମାଟିକୁ ଉଚ୍ଚ ପ୍ରଶଂସା କରି କୋହଲି ଲେଖିଛନ୍ତି, ‘ଚମକ୍ରାର ଢ଼ଙ୍ଗରେ ଚଳଚ୍ଚିତ୍ରଟି ଗତିଶୀଳ ହୋଇଥିବାରୁ ଭଲ ଲାଗୁଛି, ଭାଇଭଉଣୀ ନିଆଁ ଲଗାଇ ଦେଇଛନ୍ତି । ଏହାକୁ କେହି ଦେଖିବାକୁ ଭୁଲନ୍ତୁ ନାହିଁ ।’ ବୋଲି ଲେଖି କୋହଲି ମଧ୍ୟ ଚଳଚ୍ଚିତ୍ର ପୋଷ୍ଟରକୁ ନିଜ ଟ୍ୱିଟର ପୃଷ୍ଠାରେ ଛାଡ଼ିଛନ୍ତି । ସୂଚନା ଯୋଗ୍ୟ, ବୁଲବୁଲ ଚଳଚ୍ଚିତ୍ର ଅନଭିତା ଦତ୍ତଙ୍କ ନିର୍ଦ୍ଦେଶନାରେ ସମ୍ପନ୍ନ ହୋଇଛି । ତୃପ୍ତି ଦିମ୍ରୀ, ଅବିନାଶ ତିୱାରୀ ପ୍ରମୁଖ ଅଭିନୟ କରିଛନ୍ତି । ‘ପାତାଲ ଲୋକ’ର ସଫଳତା ପରେ ଅନୁଷ୍କା ଓ ତାଙ୍କ ଭାଇ କର୍ଣ୍ଣେଶଙ୍କ ଏହା ସଦ୍ୟତମ ସୃଷ୍ଟି । ବିରାଟ କୋହଲି ମଧ୍ୟ ସୋ’ଟି ସମ୍ପର୍କରେ ଆଉ ଦୁଇ ଧାଡ଼ି ଲେଖିଛନ୍ତି । ‘ପାତାଳ ଲୋକ ଦେଖିବା ପରେ ମୁଁ ଜାଣିପାରିଲି ଏହା କାହାଣୀ ରଚନା ଓ ଚମକ୍ରାର ଅଭିନୟର ଏକ ମାଷ୍ଟରସିପ୍ । ମୋ ପ୍ରେମୀ ଅନୁଷ୍କା ଏଭଳି ଏକ କାହାଣୀ ପ୍ରଯୋଜନା କରିଥିବାରୁ ଗର୍ବିତ, ଭାଇଜି କର୍ଣ୍ଣେସଙ୍କ ସହ ଏହି ଦଳ ବିଶ୍ୱାସ ଭରି ଦେଇଛି । ବଢ଼ିଆ କରିଛ ଭାଇ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ