ଆଇଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ଛୋଟ ଅଦଳବଦଳ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗର ପ୍ରମୁଖ ସଚିବ ନିଯୁକ୍ତି କରାଯାଇଛି । ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଆଇଏଏସ ଗୋପବନ୍ଧୁ ଶତପଥୀଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏହି ପଦବି ସ୍ୱତନ୍ତ୍ର ସଚିବ ପାହ୍ୟା ସହ ସମାନ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଥିବା ଆଇଏଏସ ଦେବେନ୍ଦ୍ର କୁମାର ଜେନାଙ୍କୁ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

error: Content is protected !!