ଆଦିବାସୀ ହୋ-ଭାଷା ଲିପିର ଜନକ ପଣ୍ଡିତ ଲାକୋ ବୋଦରାଙ୍କୁ ହୋ-ସମାଜ ତରଫରୁ ଶ୍ରାଦ୍ଧଞ୍ଜଳି

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ପଣ୍ଡିତ ଲାକୋ ବୋଦରାଙ୍କର ଜନ୍ମ -୧୯-ସେପ୍ଟେମ୍ବର-୧୯୧୯,ରେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସି°ହଭୁମ ସ୍ଥିତ ପାସେୟା ଗ୍ରାମରେ ପିତା-ଲେଵେୟା ବୋଦରା ଓ ମାତା ଜାନୋ କୁଈ ଙ୍କର ଘରେ ହୋଇ ଥିଲା। ହୋ-ଭାଷା ସାହିତ୍ୟ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି। ହୋ-ଭାଷା ଲିପିର ବିକାଶ ପାଇଁ ବାର°ଙ୍ଗ-ଚିତିଲିପିର ଆବିଷ୍କାର କରିଥିଲେ ଏବଂ ତାହାର ପ୍ରଚାର ପ୍ରସାର ପାଇଁ ଆଦି ସ°ସ୍କୃତି ଏବଂ ଵିଞାନ ଶୋଧ ସ°ସ୍ଥାନ ଝି°କପାନୀ ଠାରେ ସ୍ଥାପନ କରିଥିଲେ। ଏହି ସ°ସ୍ଥାନ ଆଜି ବି ହୋ-ସମାଜ-ଭାଷା ସାହିତ୍ୟ ପାଇଁ କାର୍ଯ୍ୟରତ ରହିଛି। ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ହୋ-ଭାଷାସାହିତ୍ୟ ଓ ସମାଜ ପାଇଁ ଉତ୍ସର୍ଗ କରିଦେଇଥିଲେ। ତାଙ୍କର ମୃତ୍ୟୁ ଟାଟା ମେନ ହୋସ୍ପିଟାଲ ରେ #୨୯-ଜୁନ-୧୯୮୬,ରେ ହୋଇଥିଲା। ଆଜି ବି ହୋ-ସମାଜ ପକ୍ଷରୁ ସ°ବିଧାନର ଅଷ୍ଟମ ଅନୁସୁଚୀରେ ହୋ-ଭାଷାକୁ ଶାମିଲ କରିବାକୁ ଆନ୍ଦୋଳନ ଜାରି ରଖିଛନ୍ତି । ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ହୋ-ଭାଷାକୁ ସ°ବିଧାନର ଅଷ୍ଟମ ଅନୁସୁଚୀରେ ଶାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଵାରମ୍ଵର ଦାବି କରିଛନ୍ତି। ଝାଡ଼ଖଣ୍ଡ ସରକାର ମଧ୍ୟ ହୋଭାଷା କୁ ଅଷ୍ଟମ ଅନୁସୁଚୀରେ ଶାମିଲ କରିବାକୁ ଦାବି କରି ଆସୁଛନ୍ତି ,କିନ୍ତୁ କେନ୍ଦ୍ର ସରକାର କୋୖଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏହି ସଭା ରେ ସମାଜର ସମସ୍ତ ନେତୃତ୍ବବୃନ୍ଦଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କ ପାଖରେ ହୋଭାଷା କୁ ଅଷ୍ଟମ ଅନୁସୁଚୀରେ ଶାମିଲ କରାଯିବାର ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ସଭାପତି ଶ୍ରୀ ଅନିଳ ବିରୁଆ ଶ୍ରୀ ପ୍ରହ୍ଲାଦ ପୁର୍ତି ପୁର୍ବତନ ବିଧାୟକ, ଆଇନଜୀବୀ ଟିକୁନ ଜେରାଇ ଶ୍ରୀ ବିଜୟ ନାଏକ ଦମୋଦର ବାରଦା ପଟେଳ ବୋଦରା ଓ ଅନ୍ୟ କାର୍ମକର୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ