ରାଇରଙ୍ଗପୁର ବସଷ୍ଟାଣ୍ଡରେ ‘ମୋ ଖତ’ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲଟି ତରଫରୁ ଗଢ ଗ୍ରାମରେ ୧କୋଟି ୩୩ ଲକ୍ଷ ଟଙ୍କାର ଅଟକଳରେ ବର୍ଜ୍ୟବସ୍ତୁର ପରିଚାଳନା ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା । ସେହି ପ୍ଲାଣ୍ଟରୁ ଜୈବିକ ଖତ ପ୍ରସ୍ତୁତ କରା ଯାଇଥିଲା, ତାହାକୁ ସାର ଭାବରେ ବ୍ୟବହାର କରାଯାଇ ପାରିବ । ମ୍ୟୁନିସିପାଲଟି ତରଫରୁ ଜୈବିକ ଖତ ପାଇଁ ରାଇରଙ୍ଗପୁର ବସଷ୍ଟାଣ୍ଡରେ ଏକ ବିକ୍ରୟ କେନ୍ଦ୍ର’ମୋ ଖତ’ ର ଶୁଭାରମ୍ଭ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଅରୁଣ ମିଶ୍ର ଜୈବିକ କତର ଉପକାରିତା ଉପରେ ଆଲୋକପାତ କରିଥିଲେ । ରାଇରଙ୍ଗପୁର ପୌରାଞ୍ଚଳର ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର ବର୍ଜ୍ୟବସ୍ତୁର ପ୍ଲାଣ୍ଟ, ପରିଚାଳନା, ଜୈବିକ ଖତର ବ୍ୟବହାର, ବିକ୍ରୟ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।ଏହି ବର୍ଜ୍ୟବସ୍ତୁ ପ୍ଲାଣ୍ଟ , ପରିଚାଳନା ଓ ବିକ୍ରୟ ପାଇଁ ସ୍ଥାନୀୟ ମା’ କୀଚକେଶ୍ୱରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସରକାରୀ ନିୟମ ଅନୁସାରେ ଦାୟିତ୍ଵ ଅର୍ପଣ କରାଯାଇଛି ।ଏକ ପକେଟରେ ୫କେଜି ଜୈବିକ ଖତ ଅଛି ଯାହାର ବିକ୍ରୟ ମୂଲ୍ୟ ୮୦ ଟଙ୍କା । ପ୍ରଥମ ଥର ପାଇଁ ସରକାରଙ୍କ ତରଫରୁ ଜୈବିକ ଖତ ରାଇରଙ୍ଗପୁର ସହରରେ ଉପଲବ୍ଧ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ମ୍ୟୁନିସିପାଲଟି କତୃପକ୍ଷଙ୍କ ପ୍ରଚେଷ୍ଟା କୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ