ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଚାକିରି ଜୀବନର ଶେଷ ଦିନ

ପାରାଦୀପ (ପିତବାସ ପ୍ରଧାନ): ଚାକିରି କଲେ ଦିନେ ନା ଦିନେ ସମସ୍ତଙ୍କୁ ଅବସର ନେବାକୁ ହୁଏ। ଆଜି ହେଉଛି ଜୁନ ୩୦ ତାରିଖ। ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ରଙ୍କ ପୋଲିସ ଚାକିରି ଜୀବନର ଶେଷ ଦିନ। ଏହି ଖବର ଜଣା ପଡିବା ପରେ ଶ୍ରୀ ମିଶ୍ରଙ୍କ ବାସ ଭବନ ଓ କାର୍ଯ୍ୟଳୟରେ ଶୁଭେଚ୍ଛୁଙ୍କ ଭିଡ ଲାଗି ରହିଛି। ରାଉରକେଲାରୁ ପୋଲିସ ଚାକିରି ଆରମ୍ଭ କରିଥିବା ଶ୍ରୀ ମିଶ୍ର ପାରାଦୀପରୁ ଆଜି ଦିନକ ପରେ ଅବସର ନେବେ ଅର୍ଥାତ୍ ଆଜି ହେଉଛି ପୋଲିସ ଚାକିରିର ଶେଷ ଦିନ। ୧୯୮୪ ମସିହାରେ ରାଉରକେଲାରୁ ପୋଲିସ ଚାକିରି ଆରମ୍ଭ କରି ସୁନ୍ଦରଗଡ ଜିଲ୍ଲାରେ ଦୀର୍ଘ ୨୦ ବର୍ଷ କାର୍ଯ୍ୟ କରିଥିେଲେ। ଏହା ପରେ ପୁରୀର ଡି ଏସ ପି ଓ କମିଶନରେଟ ଏ ଏସ ପି ଭାବରେ କାର୍ଯ୍ୟ କରି ବେଶ ପ୍ରଶଂସା ପାଇଥିଲେ। ଏ ଏସ ପି ଭାବରେ ପଦୋନ୍ନତି ପାଇବା ପରେ ସେ ପାରାଦୀପରେ ଯୋଗ ଦେଇଥିଲେ।। ଆଜକୁ ପ୍ରାୟ ୨ ବର୍ଷ ୮ମାସ ଧରି ପାରାଦୀପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେର କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟ କାଳ ମଧ୍ଯରେ ପାରାଦୀପର ଟ୍ରାଫିକ ସମସ୍ୟା, ଶିଳ୍ପାୟନରେ ଶ୍ରମିକ ସମସ୍ୟା, ସହରରେ ଶାନ୍ତିଶୃଙ୍ଖଳା ବଜାଇ ରଖିବା, ଚୋରା ତେଲ ଓ କୋଇଲା ବେପାରି ମାନଙ୍କ ଉପରେ କାର୍ଯ୍ୟ ନୁଷ୍ଠାନ, ବାତ୍ୟା ପୂର୍ବ ଓ ପରର ମୁକାବିଲା, କୋଭିଡ ଜନିତ ସଟ୍ ଡାଉନ ଓ ଲକ୍ ଡାଉନକୁ ସୂଚାରୁରୂେପ କାର୍ଯ୍ୟକାରୀ କରିବ। ୨୦୧୯ ସାଧାରଣ ନିର୍ବାଚନକୁ ଶାନ୍ତି ଶୁଙ୍ଖଳାର ସହିତ କରିବା, ତାଙ୍କ ସମୟରେ ପାରାଦୀପ ଥାନା ଆର୍ଦଶ ଥାନାଭାବେ କାର୍ଯ୍ୟ କରିବା,ପୋଲିସ କିପରି ସାଧାରଣ ଲୋକମାନଙ୍କ ପାଖରେ ବନ୍ଧୁ ଭାବରେ ପହଞ୍ଚି କାର୍ଯ୍ୟ କରିବା,ବିଭିନ୍ନ ସମସ୍ୟାର ଆସୁ ସମାଧାନ କରିବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପାରାଦୀପର ସବୁ ବର୍ଗର ଲୋକ ମାନଙ୍କ ପାଖରେ ସହଜରେ ଗ୍ରହଣୀୟ ହୋଇ ପାରିଥିେଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ