ନୂତନ ଏପିଡି ଭାବେ ଦାୟିତ୍ୱ ନେଲେ ଜ୍ୟୋତିଶଙ୍କର

ଛତ୍ରପୁର, (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଏପିଡି) ଭାବେ ମଙ୍ଗଳବାର ଜ୍ୟୋତିଶଙ୍କର ରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ବିଡିଓ ଭାବେ କାର୍ଯ୍ୟ କରୁଥିଲେ । ୨୦୦୬ ବ୍ୟାଚ ଓଡିଶା ପ୍ରଶାସନିକ ସେବାର ଅଧିକାରୀ ଶ୍ରୀ ରାୟ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ଆଜି ଶ୍ରୀ ରାୟ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ଏମନରେଗା ଓ ସୁସ୍ଥ ଓଡିଶା ସ୍ୱଚ୍ଛ ଓଡିଶା ଭଳି କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବି ବୋଲି କହିଛନ୍ତି । ଏହା ସହ କରୋନା ମୁକାବିଲା ରେ ଲୋକ ମାନେ କିପରି ସୁରକ୍ଷିତ ସେଥିପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଜ ଦାୟତ୍ୱ ସୁଚାରୁପେ ତୁଲାଇବି ବୋଲି ମଧ୍ୟ ସେ କହିଥିଲେ l ଏପିଡି ଭାବେ ଶ୍ରୀ ରାୟ ଦାୟିତ୍ୱ ନେବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

error: Content is protected !!