କଳାହାଣ୍ଡି କୁଟୁରୁ ଫାଣ୍ଡି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ୱାଇଏନ୍‌ଏସ୍‌): ମୋ ସରକାର ଓଡିଶା ସରକାରଙ୍କ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।ରକ୍ତଦାନ ଅଭାବରୁ ବିଭିନ୍ନ ସମୟରେ ଲୋକେ ଦଲାଲ ମାନଙ୍କର ଶିକାର ହେଉଥିବା ବେଳେ ଅନେକ ସମୟରେ କାହାର ମୃତ୍ୟୁ ମଧ୍ୟ ହୋଇଥାଏ ।ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ପୋଲିସ କୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଦାଇତ୍ୱ ଦିଆଯାଇଛି , କଳାହାଣ୍ଡି ପୁଲିସ ପ୍ରଶାସନ ତରଫରୁ ଲକଡାଉନ ସମୟରେ ୩୭ ଟି କ୍ୟାମ୍ପ କରି ୨୨ଶହ ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗ୍ରହ କରାଗଲାଣି। ଆଜି ଜୟପାଟଣା ଥାନା ଅନ୍ତର୍ଗତ କୁଟୁରୁ ଫାଣ୍ଡି ତରଫରୁ ଗ୍ରାମପଞ୍ଚାୟତ ପରିସରରେ ରକ୍ତଦାନ ଶିବର ଆୟୋଜନ ହୋଇଥିଲା । ଏଥିରେ ଅଞ୍ଚଳର ସ୍ବେଚ୍ଛାସେବୀ ଙ୍କ ଦ୍ଵାରା ୧୦୦ ୟୁନିଟରୁ ଉର୍ଦ୍ଧ୍ୱ ରକ୍ତ ସଂଗ୍ରହ ହୋଇଛି।କାର୍ଯ୍ୟକ୍ରମ ରେ କଳାହାଣ୍ଡି ଅତିରିକ୍ତ ପୋଲିସ ଆରକ୍ଷୀ ମନୋଜ କୁମାର ମହନ୍ତ ଜୟପାଟଣା ଥାନା ଅଧିକାରୀନି ରଶ୍ମିତା ପ୍ରଧାନ କୁଟୁରୁ ଏଏସଆଇ କୃତିବାସ ପୁଝାରି ଉପସ୍ଥିତ ରହି ନିରୀକ୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ