କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ତୁଷାର ଚାରିଟେବୁଲ ଟ୍ରଷ୍ଟ

ଭୁବନେଶ୍ୱର ,  (ଓ୍ବାଇଏନ୍ଏସ୍):ଭୁବନେଶ୍ୱର ମହାନଗର ନିଗମ ଅଧିନ ୱାର୍ଡ଼ ନଂ- ୨୮ସ୍ଥିତ ସୁନାଦେଇ ମନ୍ଦିର ପ୍ରାଙ୍ଗଣରେ ମହାମାରୀ କରୋନା ବିପକ୍ଷରେ ଯୁଦ୍ଧ ଚଳାଇଥିବା କରୋନା ଯୋଦ୍ଧାମାନଙ୍କୁ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଏକ ନିରାଡ଼ମ୍ବର ଉତ୍ସବରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବିରଚ ନାରାୟଣ ମହାସୁପକାର, ସଭାପତି ଜିତେନ୍ଦ୍ର କୁମାର ଜେନା, ଉପଦେଷ୍ଟା ବିକାଶ ଚନ୍ଦ୍ର ପଟ୍ଟନାୟକ ଓ ନବକିଶୋର ବେହେରା, ଗୋଲକ ବିହାରୀ ନାୟକ, ପ୍ରଫୁଲ୍ଲ ମହାନ୍ତି, ଫେଲୁ ମହାନ୍ତି, ତ୍ରିନାଥ ମହାରଣା, ରାମ ମାଝୀ, ସୁଶାନ୍ତ ରାଉତ ଏବଂ ଅମିତାଭ ମାଣିଆ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୀନାକ୍ଷୀ ପଟ୍ଟନାୟକ, ସୁପରଭାଇଜର ଆରତି ମଞ୍ଜରୀ ସୁବୁଦ୍ଧି, ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ବିଜୟଲକ୍ଷ୍ମୀ ସିଂ, ପ୍ରିୟଦର୍ଶିନୀ ବେହେରା, ଅଞ୍ଜଳି ଦାସ, ବିନୋଦିନୀ ଦେଇ ଓ ସୁନିତା ବଇରିଗଞ୍ଜନକୁ ସମ୍ବର୍ଦ୍ଧିତ କରାଯିବା ସହିତ ସାବିତ୍ରୀ ମହାନ୍ତି, ଆଶାକର୍ମୀ, ନଜମାନବି, ସହାୟିକା ଜୟନ୍ତୀ ନାୟକ, ପ୍ରମିଳା, ସନ୍ଧ୍ୟାରାଣି ମିଶ୍ର ଓ ସୁଷମା ମଲ୍ଲିକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ବିବେକାନନ୍ଦ ବାରିକ ସଭା ପରିଚାଳନା କରିବା ସହିତ ସମସ୍ତ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ