୩ମାସରେ ୩ବିଡିଓଙ୍କ ବଦଳି ରାଜନୈତିକ ଚାପନା…

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକରେ ରାଜନୈତିକ ଉଷ୍ମତା ବର୍ଷତମାମ ଲାଗିରହିଛି। କେତେବେଳେ ବ୍ଲକ ଅଧ୍ୟକ୍ଷ ପଦବୀ ରଦ୍ଦ ହୋଇ ଉପନିର୍ବାଚନ ହେଉଛି, ତ’ଆଉ କେତେବେଳେ ବିଡିଓମାନଙ୍କର ଘନଘନ ବଦଳି ହେଉଛି। ଏହିଭଳି ଗତ ମାର୍ଚ୍ଚ ମାସରୁ ଅଦ୍ୟାବଧି ସୁଦ୍ଧା ବ୍ଲକରେ ୩ ଥର ବିଡିଓଙ୍କ ବଦଳି ହୋଇଛି। ଗତ ମାର୍ଚ୍ଚ ୧୨ତାରିଖରେ ବିଡିଓ ଦାୟିତ୍ୱରେ ଥିବା ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଲାଇଙ୍କର ବଦଳି ହୋଇଥିଲା। ପରେ ତାଙ୍କ ସ୍ଥାନରେ ମାତରାମ ଲେୟାଙ୍ଗୀ ଯୋଗଦେଇଥିଲେ। ମାତ୍ର ସେ କରୋନା ମୁକାବିଲାକୁ ସଠିକ ଭାବେ ପରିଚାଳନା କରିପାରୁନଥିବା ଦର୍ଶାଇ ଜିଲ୍ଲା ଡିଆରଡିଏ ଅଫିସକୁ ବଦଳି କରାଯାଇଥିଲା। ପରେ ଦାରିଙ୍ଗବାଡି ବିଡିଓ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଜିଲପାଳ ଡ. ଜଗଦୀଶ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ବିଡିଓଙ୍କ ଅନେକ ଉତ୍ତମ କାର୍ଯ୍ୟରେ ଦାରିଙ୍ଗବାଡି ବ୍ଲକର ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମୀମାନେ ସନ୍ତୁଷ୍ଟ ହୋଇନପାରି ବିଡିଓଙ୍କର ବଦଳି କରିବା ପାଇଁ ଜିଲ୍ଲାପ୍ରଶାସନ ଉପରେ ଚାପ ପ୍ରୟୋଗ କରୁଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି। ବିଡିଓ ଡ. ଜଗଦୀଶ ଷଡଙ୍ଗୀଙ୍କୁ ଏଠାରୁ ବଦଳି କରି ନୂତନ ବିଡିଓ ଯୋଗଦେବା ପାଇଁ ପଞ୍ଚାୟତରାଜ ବିଭାଗ ତରଫରୁ ଚିଠି ନମ୍ବର ୯୭୮୩/୧୧.୬.୨୦୨୦ରୁ ସୂଚନା ମିଳିଛି। ଦାରିଙ୍ଗବାଡିର ବିଡିଓ ଭାବେ ଟିକାବାଲି ତହସିଲଦାର ଅଭିମନ୍ୟୁ ବେହେରାଙ୍କୁ ଯୋଗଦେବାକୁ ଚିଠିରେ ଉଲ୍ଲେଖ ରହିଛି। ତେବେ ଲଗାତାର ଭାବେ ବିଡ଼ିଓଙ୍କ ବଦଳି ଦ୍ୱାରା ବ୍ଲକରେ କୋଟିକୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପଗୁଡ଼ିକର ନିର୍ମାଣ ବାଧାପ୍ରାପ୍ତ ହୋଇ ସ୍ଥାଣୁ ପାଲଟିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ