ଜଗଦଳପୁରରେ ସହିଦ ଦିବସ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ)  ଆଜି ସମଗ୍ର ଦେଶ ପାଳୁଛି କାରଗିଲ ବିଜୟ ଦିବସ । ଏହି ଅବସରରେ ବ୍ରହ୍ମପୁରର ଜଗଦଳପୁର ଗ୍ରାମରେ ବିଭିନ୍ନ ଅନୁଷ୍ଟାନ ପକ୍ଷରୁ କାରଗିଲ୍ ବିଜୟ ଦିବସ ପାଳନ କରାଯାଇଛି । ସେହିକ୍ରମରେ ସୁଚନାଯୋଗ୍ୟ , ଜୁଲାଇ ୨୬ ତାରିଖ ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧରେ ଭାରତୀୟ ସେନାବାହିନୀ ପାକିସ୍ଥାନକୁ ପରାସ୍ଥ କରି ଜାତୀୟ ପତାକା ଉଡାଇଥିଲେ । ବ୍ରହ୍ମପୁର ସହର ସମେତ ଗୋଳାବନ୍ଧଠାରେ ଥିବା ଆର୍ମି ଏଡି କଲେଜ ରେ ବିଜୟ ଦିବସ ପାଳନ ହୋଇଥିବା ବେଳେ ସେନାବାହିନୀର ଅବସରପ୍ରାପ୍ତ କର୍ମଚାରୀମାନେ ରହୁଥିବା କମଳାପୁର ଗ୍ରାମରେ ମଧ୍ୟ ଯାଇ ବିଜୟ ଦିବସ ପାଳନ କରିଥିଲେ । ଏସବୁ ଭିତରେ ଜଗଦଳପୁର ଗ୍ରାମରେ ଏକ ଭିନ୍ନ ଢଙ୍ଗରେ ବିଜୟ ଦିବସ ପାଳିତ ହୋଇଯାଇଛି । ସର୍ଦ୍ଦାର ବଲ୍ଲବଭାଇ ପଟେଲ ଯୁବକ ସଂଘ,ନେତାଜୀ ଶିଶୁ ମନ୍ଦିର,ଗ୍ରାମର ଯୁବକ ସଂଘ,ଜଗଦଳପୁର ପଞାୟତ ର କମକତ୍ତା ମାନେ ମିଳିତ ଭାବେ ବିଜୟ ଉସ୍ଛବ ପାଳନ କରିଥିଲେ ।ପୁଷ୍ପ ମାଲ୍ୟଅପଣ ସହ ଏକ ସାଧାରଣ ସଭାରେ ଉପସ୍ଥିତ ଅତିଥି ମାନେ ସହିଦ କଂ ସ୍ମୃତି ଚାରଣ କରିଥିଲେ । କାରଗିଲ୍ ଯୁଦ୍ଧରେ ଏହି ଗ୍ରାମର ବିର ପୁରୁଷ ଏସ୍.ଶ୍ରିନିବାସ ପାତ୍ର ସେନା ବାହିନୀରେ ରହି ସହିଦ୍ ହୋଇଥିଲେ । ସ୍କୁଲ ଛାତ୍ରଛାତ୍ରୀମାନେ ବିରାଟ ପଟୁଆରରେ ଶ୍ରିନିବାସଙ୍କ ଜୟଜୟକାର କରିବା ସହ ବିଜୟ ଦିବସକୁ ନେଇ ହର୍ତ୍ତଧ୍ୱନି ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ,ବ୍ରହ୍ମପୁର ଏସପି ପିନାକୀ ମିଶ୍ର ,ସଦରଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ, ସରପଂଚ ହାଡୁବନ୍ଧୁ ବେହେରା,ଏଲ୍.ସୁଦାମ ପାତ୍ର, ଏଲ୍.ତ୍ରିଲୋଚନ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ