ଗଣମାଧ୍ୟମ ଓ ସାମାଜିକ କର୍ମୀ ପ୍ରକାଶ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଗଣମାଧ୍ୟମରେ କାର୍ଯ୍ୟରତ ଓ ସାମାଜିକ କର୍ମୀ ପ୍ରକାଶ କୁମାର ମିଶ୍ରଙ୍କ ହୃଦ୍‌ଘାତ ଯୋଗୁ ପରଲୋକ ହୋଇଛି । ବ୍ରେନ୍‌ଷ୍ଟ୍ରୋକ୍ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବା ହେତୁ ଏକ ଘରୋଇ ମେଡିକାଲ୍‌ରେ ଭର୍ତି ହୋଇଥିବାବେଳେ ଏହି ଦାରୁଣ ଖବର ମିଳିିଛି । ସାମାଜିକ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ର ସଭ୍ୟ ଭାବରେ ଅନେକ ପ୍ରକାର ସାମାଜିକ କାମ କରିଥିଲେ । ସଭାପତି ଶିବ ନାରାୟଣ ମିଶ୍ର, ସଂପାଦିକା ସମିତା ମହାରଣା ଶୋକବ୍ୟକ୍ତ କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ସ୍ୱର୍ଗତ ମିଶ୍ର ନୟାଗଡ଼ ଜିଲ୍ଲାର କୁରାଳଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଧରିତ୍ରୀ, ସନ୍‌ମାର୍ଗରେ କାର୍ଯ୍ୟ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା । ସଂଗଠନ ପକ୍ଷରୁ ଯୁବସାମ୍ବାଦିକ ତଥା କୋଷାଧ୍ୟକ୍ଷ ଅରବିନ୍ଦ ତ୍ରିପାଠୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ନିଷ୍ଠା ଓ ସମାଜ ସେବା ସବୁଦିନ ପାଇଁ ଅମର ରହିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ