ପାଟି ବନ୍ଦ କରି ଗୀତ ଗାଉଥିବା ବାଳିକା

ସାଧାରଣତଃ ଦେଖାଯାଏ ସମସ୍ତେ ମୁହଁ ଖୋଲି ଗୀତ ଗାଆନ୍ତି।ଏହି ସମୟରେ ଅନେକ ଅଙ୍ଗ ଭଙ୍ଗୀ ସହ ମୁଖଭଙ୍ଗୀ ବି ଦେଖିବାକୁ ମିଳିଥାଏ । ମୁହଁ ଖୋଲି ଗୀତ ଗାଇବା ଦ୍ୱାରା ଗୋଟିଏ ଗୀତର ସ୍ୱର, ତାଳ ଓ ଲୟ ମନକୁ ମୋହିନିଏ । ତେବେ ମୁହଁ ଖୋଲି ଗୀତ ଗାଇବା ବି କିଛି ଅଜବ କଥା ନୁହେଁ । ମାତ୍ର ଯଦି କୁହାଯାଏ କେହି ମୁହଁ ବନ୍ଦ କରି ଗାଉଛି, ତାହାହିଁ ଅଜବ । ଏହା ଶୁଣି ଆପଣମାନେ ଭାବୁଥିବେ ଏମିତି କଣ କେବେ ସମ୍ଭବ ହୋଇପାରେ? ମାତ୍ର ଚୀନ୍‌ର ଜଣେ ୭ବର୍ଷୀୟ ଛାତ୍ରୀଙ୍କ ପାଇଁ ଏହା ଖୁବ୍‌ ସହଜ । ବାଳିକା ଜଣଙ୍କ ପିଲାଟି ଦିନରୁ ଏହି ଅଭ୍ୟାସ ଜାରି ରଖିଥିଲେ । ପ୍ରଥମେ ପ୍ରଥମେ ଏଥିପ୍ରତି କେହି ନଜର ଦେଇନଥିଲେ । ବୟସ ବଢ଼ିବା ସାଙ୍ଗକୁ ତାର କଳାର ବିକାଶ ହେଲା । ଦିନକୁ ଦିନ ମୁହଁ ବନ୍ଦ କରି ଗୀତ ଗାଇବାରେ ସେ ଏତେ ମାହିର ହୋଇଗଲା ଯେ ଗୀତ ଶୁଣିବାକୁ ସାଇ ପଡ଼ିଶାଙ୍କ ମେଳି ଲାଗିଲା ଘର ସମ୍ମୁଖରେ। ସେ ‘ଟ୍ୱିଙ୍କିଲ ଟ୍ୱିଙ୍କିଲ ଲିଟିଲ୍‌ ଷ୍ଟାର୍‌’ ଗୀତକୁ ମୁହଁ ବନ୍ଦ ରଖି ଖୁବ୍‌ ସୁନ୍ଦରଭାବେ ଗାଇପାରୁଛି । ତାର ଏହି କଳା ଏବେ ତାକୁ ବେଶ୍‌ ପରିଚିତ କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ