ବର୍ଷାଦିନେ ଏଭଳି ଦିଅନ୍ତୁ କାଠ ଫର୍ନିଚରକୁ ସୁରକ୍ଷା

ବର୍ଷା ଆସିବା ମାତ୍ରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯିବା ସହ ଆପଣଙ୍କ ଫର୍ନିଚର ଗୁଡିକରେ ବି ସମସ୍ୟା ଦେଖାଯାଇଥାଏ । ଖାସ୍ କରି ଏହି ଦିନରେ କାଠ ଫର୍ନିଚର ଗୁଡିକୁ ଅଧିକ ଧ୍ୟାନ ଦେବାକୁ ପଡିଥାଏ । ଆସନ୍ତୁ ଜାଣିବା ବର୍ଷାଦିନେ କିପରି କାଠ ଫର୍ନିଚରର ଯତ୍ନ ନେବା ।
ଓଦା ହେବାରୁ ବଞ୍ଚାନ୍ତୁ- ବର୍ଷାଦିନ ଆସିବା ମାତ୍ରେ କାଠ ନିର୍ମିତ ବେଡ, ସୋଫା, ଆଲମାରି ଓ କବାଟ, ଖିଡକି ଆଦିକୁ କାନ୍ଥ ଠାରୁ ପ୍ରାୟ ୫ରୁ ୬ ଇଞ୍ଚ ଦୂରେଇ ରଖନ୍ତୁ । ଫର୍ନିଚରକୁ ଯଥାସମ୍ଭବ ଖୋଲା ପବନରେ ରଖନ୍ତୁ । ସମୟ ସମୟରେ ଏସବୁର ସ୍ଥାନ ବଦଳାଇଲେ ଭଲ ।
ଚଟାଣରେ ଫର୍ନିଚରର ଗୋଡ ଲାଗୁଥିଲେ ସେଥିରେ ୱାଶର ଲଗାଇ ଦିଅନ୍ତୁ । ଯାହାଫଳରେ ଓଦା ହେବାରୁ ଫର୍ନିଚର ଗୁଡିକ ରକ୍ଷା ପାଇପାରିବ ।
ବର୍ଷାଦିନେ କାଠ ଫର୍ନିଚର ଗୁଡିକ ଆର୍ଦ୍ରତା ଯୋଗୁଁ ଫଉଲି ଯାଇଥାଏ । ଯାହାଫଳରେ ଡୋର ଖୋଲିବା ଆଉ ବନ୍ଦ କରିବାରେ ଅସୁବିଧା ହୋଇଥାଏ । ଏଥିପାଇଁ ଫର୍ନିଚର ଗୁଡିକୁ ଅଏଲିଙ୍ଗ କିମ୍ବା ବେକସିଂ କରିକି ରୋକା ଯାଇପାରିବ ।
ବର୍ଷାଦିନେ ଘରର ରିପାଏରିଂ କରିବାରୁ ଦୂରେଇ ରୁହନ୍ତି । ଏହାଦ୍ୱାରା ଘର ମଧ୍ୟରେ ଆର୍ଦ୍ରତା ଦେଖାଯାଇଥାଏ । ଯାହାଫଳରେ କାଠ ଫର୍ନିଚରରେ ଲାଗିଥିବା ପୋଟିଂ ବା ପଲିସିଂଙ୍ଗ ମଧ୍ୟ ଏସବୁକୁ ଖରାପ ହେବାରୁ ରକ୍ଷା କରିପାରିନଥାଏ । ଯେଉଁଥିପାଇଁ ଫର୍ନିଚର ଖରାପ ହେବାର ସମ୍ଭାବନା ବଢିଯାଇଥାଏ ।
ଆପଣ ଚାହିଁଲେ କାଠ ଫର୍ନିଚର ବା ଆଲମିରାରେ କର୍ପୁର ରଖିପାରିବେ । ଯାହା ଆଲମାରିରେ ପୋକ ଲାଗିବାରୁ ରକ୍ଷା କରିପାରିବ । ଆପଣ ଚାହିଁଲେ କର୍ପୁର ବଦଳରେ ନିମ୍ବ ପତ୍ରକୁ ମଧ୍ୟ ବ୍ୟବହାର କରିପାରିବେ ।
ଓଦା ପୋଷାକରୁ ଦୂରେଇ ରଖନ୍ତୁ- ଏହି ଦିନରେ ଭୁଲରେ ବି କାଠ ଫର୍ନିଚର ଉପରେ ଓଦା କପଡା ରଖନ୍ତୁ ନାହିଁ । ଏସବୁକୁ ସଫାସଫି କରିବା ବେଲେ ଶୁଷ୍କ କପଡା ବ୍ୟବହାର କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ