କାହିଁକି ପକାଯାଏ ନଦୀରେ ଟଙ୍କା?

ସାଧାରଣତଃ ଆମେ କୌଣସି ପବିତ୍ର ନଦୀ କିମ୍ବା ଜଳାଶୟ ନିକଟକୁ ଗଲେ ଦେଖିବାକୁ ପାଇବା ସେଠାରେ ଅନେକ ମୁଦ୍ରା ମାନ ପଡି ରହିଥାଏ । ଆପଣ ଯଦି ହିନ୍ଦୁ ଧର୍ମାବଲମ୍ବୀ ତେବେ ନିଶ୍ଚିତ ଜାଣିଥିବେ ନଦୀକୁ ପୂଜା କରାଯିବା ସହ ଏଠାରେ ଟଙ୍କା ପକାଯାଇଥାଏ । ତେବେ କ’ଣ ରହିଛି ଏହା ପଛର କାରଣ, ଆସନ୍ତୁ ଜାଣିବା।
ନଦୀରେ ଟଙ୍କା ପକାଇବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଆମେ କେବେ ଜାଣିବାକୁ ଚେଷ୍ଟା କରିଛେ କି କାହିଁକି ନଦୀରେ ଟଙ୍କା ପକାଯାଇଥାଏ ? ଏହି ପ୍ରଥା ପଛରେ ଏକ ବଡ଼ କାରଣ ଅଛି । ବାସ୍ତବରେ, ପ୍ରାଚୀନ କାଳରୁ ଯେତେବେଳେ ନଦୀରେ ଟଙ୍କା ପକାଇବାର ପ୍ରଥା ଆରମ୍ଭ ହୋଇଥିଲା, ସେହି ସମୟରେ ଷ୍ଟିଲ ମୁଦ୍ରା ବଦଳରେ ତମ୍ବାର ମୁଦ୍ରା ବ୍ୟବହୃତ ହେଉଥିଲା, ଏବଂ ତମ୍ବା ଜୀବନ ଏବଂ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ସମସ୍ତଙ୍କୁ ଜଣା ।
ଅତୀତରେ ନଦୀଗୁଡ଼ିକ ଜଳର ମୁଖ୍ୟ ଉତ୍ସ ଥିଲା । ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ କେବଳ ନଦୀର ପାଣିକୁ ହିଁ ବ୍ୟବହାର କରୁଥିଲେ । ଯେହେତୁ ଜଳକୁ ଶୁଦ୍ଧ କରିବାରେ ତମ୍ବା ଅତ୍ୟନ୍ତ ଉପକାରୀ, ତେଣୁ ଲୋକମାନେ ଯେତେବେଳେ ନଦୀ କିମ୍ବା ପୋଖରୀ ଦେଇ ଯାଉଥିଲେ, ସେମାନେ ତମ୍ବା ମୁଦ୍ରା ପକାଉଥିବା କୁହାଯାଏ । ଏହା ଏକ ଅନ୍ଧବିଶ୍ୱାସ ମଧ୍ୟ ହୋଇପାରେ । ଲୋକକଥା ଅନୁଯାୟୀ ଆଜି, ତମ୍ବା ମୁଦ୍ରା ନାହିଁ, ତଥାପି ଲୋକମାନେ ପୂର୍ବରୁ ପ୍ରଚଳିତ ଏହି ପ୍ରଥାକୁ ଆଜି ବି ମାନୁଛନ୍ତି । ଏହାଦ୍ୱାରା ଦେବଦେବୀଙ୍କ ଆଶିଷ ମିଳେ ବୋଲି ମଧ୍ୟ ଲୋକ ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ