ନାଁର ବନାନ ଅପଡେଟ୍ କଲେ ନୁସ୍‌ରତ

ମୁମ୍ବାଇ : ‘ଆକାଶବାଣୀ’, ‘ସୋନୁ କେ ଟିଟୁ କି ସ୍ୱିଟି’, ‘ଡ୍ରିମ୍‌ଗର୍ଲ’ ଭଳି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ନୁସ୍‌ରତ ଭରୁଚା । ନିକଟରେ ଏହି ଅଭିନେତ୍ରୀ ଜଣକ ତାଙ୍କ ନାମର ଇଂରାଜୀ ବନାନକୁ ବଦଳାଇ ଦେଇଛନ୍ତି । ସେଥିରେ ସେ ଅତିରିକ୍ତ ‘ଆର୍‌’, ‘ଟି’, ‘ ସି’ ସଂଯୋଗ କରିଛନ୍ତି । ତେବେ ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ସେ ଏହା କରିଛନ୍ତି ତାହା ଜଣାପଡ଼ିନାହିଁ । ଗତ ସପ୍ତାହରେ ନୁସ୍‌ରତ ଅଚାନକ ଟ୍ୱିଟର୍‌ରୁ ଉଭାନ ହୋଇଯାଇଥିଲେ । ଏବେ ତାଙ୍କୁ ମାଇକ୍ରୋବ୍ଲଗିଂ ସାଇଟ୍‌ରେ ପୁଣି ଦେଖିବାକୁ ମିଳୁଛି । ସେଥିରେ ସେ ନିଜର ନୂଆ ନାଁକୁ ଅପ୍‌ଡେଟ କରିଛନ୍ତି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ନୁସ୍‌ରତଙ୍କୁ ଆଗକୁ ‘ଛଲାଙ୍ଗ’, ‘ହୁଡ୍‌ଦଙ୍ଗ’ରେ ଦେଖିବାକୁ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ