ମୁମ୍ବାଇକୁ ଅଲବିଦା କହିଲେ ସଞ୍ଜନା!

ବଲିଉଡ୍ ଅଭିନେତ୍ରୀ ସଞ୍ଜନା ସାଂଘି ଖୁବଶୀଘ୍ର ସୁଶାନ୍ତ ସିଂ ରାଜପୁତଙ୍କ ସହିତ ‘ଦିଲ୍ ବେଚାରା’ରେ ନଜର ଆସିବାକୁ ଯାଉଛନ୍ତି। ସୁଶାନ୍ତଙ୍କ ଶେଷ ସିନେମାରେ ସଞ୍ଜନା ଫିମେଲ ଲିଡ୍ ଭାବେ ଅଭିନୟ କରିଛନ୍ତି। ବୁଧବାର ସଞ୍ଜନା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ମୁମ୍ବାଇ ନାମରେ ଦୁଇ ଚାରି ଲାଇନ୍ ଲେଖିଛନ୍ତି, ଯାହା ବହୁତ ରହସ୍ୟମୟ ଲାଗୁଛି। ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଜୋରଦାର ଚାଲିଛି। ସଞ୍ଜନାଙ୍କୁ ମଧ୍ୟ ପଚରା ଉଚୁରା ପାଇଁ ପୋଲିସ ଷ୍ଟେସନ୍ ଡକା ଯାଇଥିଲା। ସେଠାରେ ତାଙ୍କୁ ପାଖାପାଖି ୯ ଘଣ୍ଟା ଜେରା କରାଯାଇଥିଲା। ସଞ୍ଜନା ନିଜ ଇନଷ୍ଟାଗ୍ରାମରେ ମାସ୍କ ପିନ୍ଧି ଏକ ଷ୍ଟୋରୀ ଶେୟାର କରି କହିଛନ୍ତି ଖୁଦା ହାଫିଜ ମୁମ୍ବାଇ, ୪ ମାସ ପରେ ତୁମ ଦର୍ଶନ ମିଳିଥିଲା। ଏବେ ମୁଁ ଦିଲ୍ଲୀ ଚାଲିଲି। ତୁମ ସଡ଼କ କିଛି ଅଲଗା ପ୍ରକାରର ଲାଗିଲା। ଶୁନଶାନ ଥିଲା ବୋଧହୁଏ। ମୋ ହୃଦୟରେ ଯେଉଁ ଦୁଃଖ ଭରି ରହିଛି, ତାହା ମୋ ଦୃଷ୍ଟିକୋଣକୁ ବଦଳାଇ ଦେଉଛି। କିମ୍ବା ତୁମେ ବୋଧହୁଏ କିଛି ଦୁଃଖରେ ଅଛ। ଖୁବଶୀଘ୍ର ଦେଖାହେବା, କିମ୍ବା ହୁଏତ ଆଉ କେବେ ବି ଦେଖା ହେବାନି ବୋଲି ସଞ୍ଜନା ଲେଖିଛନ୍ତି। ସଞ୍ଜନାଙ୍କ ଏହି ଇନଷ୍ଟା ଷ୍ଟୋରୀ ଦେଖିବା ପରେ ଯେକେହି ସନ୍ଦେହରେ ପଡ଼ିଯାଉଛନ୍ତି। କାରଣ ସେ ଯାହା କିଛି ବି ଲେଖିଛନ୍ତି, ତାହା ଖୁବ୍ ସନ୍ଦେହଜନକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ