ଆଜିଠାରୁ କାର୍ଯ୍ୟକ୍ଷମ ହେଲା ଏମଏସଏମଇ ପାଇଁ ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ

ନୂଆଦିଲ୍ଲୀ : ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ଵାରା ବିକଶିତ ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ୨୬ ଜୁନ, ୨୦୨୦ରେ ଜାରି ବିଜ୍ଞପ୍ତିରେ ଘୋଷଣା ଅନୁଯାୟୀ, ଉଦ୍ୟୋଗଗୁଡ଼ିକର ନୂଆ ବର୍ଗୀକରଣ ଏବଂ ପଞ୍ଜୀକରଣ ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇସାରିଛି । ଅନଲାଇନ ପଞ୍ଜୀକରଣ ପାଇଁ https://udyamregistration.gov.in ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ସୁବିଧା ପ୍ରଦାନ ଲାଗି ଚାମ୍ପିଅନ୍ସ କଣ୍ଟ୍ରୋଲ ରୁମ ଏବଂ ଡିଆଇସିଗୁଡ଼ିକରେ ଏକ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ଯେ ଏହି ନୂଆ ପଞ୍ଜୀକରଣ ପ୍ରକ୍ରିୟା “ବ୍ୟବସାୟିକ ସୁଗମତା”କୁ ପ୍ରୋତ୍ସାହିତ କରିବ ଏବଂ କାରବାର ସମୟ ଓ ଅର୍ଥ ସଞ୍ଚୟ କରିବ। ଏହି ପୋର୍ଟାଲ ବ୍ୟତୀତ ଅନ୍ୟ କୌଣସି ଘରୋଇ ଅନଲାଇନ ଏବଂ ଅଫଲାଇନ ବ୍ୟବସ୍ଥା, ସେବା, ଏଜେନ୍ସି କିମ୍ବା ବ୍ୟକ୍ତିବିଶେଷଙ୍କୁ ଏମଏସଏମଇ ପଞ୍ଜୀକରଣ ପାଇଁ କ୍ଷମତା ଦିଆଯାଇନଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ