ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କାଙ୍କୁ ନୋଟିସ୍

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଗଷ୍ଟ ୧ ତାରିଖ ସୁଦ୍ଧା ନୂଆଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର ନୋଟିସ କରିଛନ୍ତି । ୨୦୧୯ ରେ ପ୍ରିୟଙ୍କାଙ୍କ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଯିବା ପରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରିୟଙ୍କାଙ୍କ ସରକାରୀ ଆବଣ୍ଟିତ ବଙ୍ଗଳାକୁ ବାତିଲ କରିଦିଆଯାଇଛି । ଗୋଟିଏ ମାସ ମଧ୍ୟରେ ପ୍ରିୟଙ୍କା ୩୫ ଲୋଧି ଇଷ୍ଟେଟ ବଙ୍ଗଳା ଖାଲି କରିବା ପାଇଁ କୁହାଯାଇଛି । ୧୯୯୭ ମସିହାରୁ ପ୍ରିୟଙ୍କା ଏହି ବଙ୍ଗଳାରେ ରହି ଆସୁଛନ୍ତି । ଏସପିଜି ସୁରକ୍ଷା ଅଧୀନରେ ତାଙ୍କୁ ସରକାରୀ ବଙ୍ଗଳା ମିଳିଥିଲା । କିନ୍ତୁ ସରକାରଙ୍କ ନୂଆ ନିୟମ ବଳରେ କେବଳ ଏସପିଜି ସୁରକ୍ଷା ପାଉଥିବା ଲୋକଙ୍କୁ ହିଁ ସରକାରୀ ବଙ୍ଗଳା ମିଳିବ । ତେଣୁ ପ୍ରିୟଙ୍କାଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡ଼ିବାକୁ କୁହାଯାଇଛି । ଯଦି ଅଗଷ୍ଟ ମାସ ୧ ସୁଦ୍ଧା ପ୍ରିୟଙ୍କା ତାଙ୍କ ସରକାରୀ ବଙ୍ଗଳା ନ ଛାଡ଼ନ୍ତି ତେବେ ଏଥିପାଇଁ ତାଙ୍କୁ ଜରିମାନା ଭଡ଼ା ଦେବାକୁ ପଡ଼ିବ ବୋଲି ନୋଟିସରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ ପ୍ରିୟଙ୍କା, ତାଙ୍କ ମା’ସୋନିଆ ଗାନ୍ଧି ଏବଂ ଭାଇ ରାହୁଲ ଗାନ୍ଧି ଏସପିଜି ସୁରକ୍ଷା ଗତବର୍ଷ ନଭେମ୍ବରରେ ପ୍ରତ୍ୟାହାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ