ଚୀନ ସୋସିଆଲ ମିଡିଆ ’ଓ୍ବିବୋ’ ଛାଡ଼ିଲେ ମୋଦି

ନୂଆଦିଲ୍ଲୀ: ୫୯ଟି ଚାଇନିଜ ଆପ ବ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ମାଇକ୍ରୋବ୍ଲଗିଂ ସାଇଟ ୱିବୋ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବା ବେଳେ ମୋଦି ଚୀନ ସୋସିଆଲ ମିଡିଆ ଆପ ‘ୱିବୋ’ରୁ ତାଙ୍କ ଆକାଉଣ୍ଟ ହଟାଇ ଦେଇଚନ୍ତି । ଭିଆଇପି ଆକାଉଣ୍ଟ ପାଇଁ ୱିବୋରେ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ରହିଛି । ଆକାଉଣ୍ଟ ଛାଡ଼ିବାକୁ ହେଲେ ୱିବୋରେ ବହୁତ ଜଟିଳ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ । ଏଥିପାଇଁ ସରକାରୀ ପ୍ରକ୍ରିୟାରେ ଆକାଉଣ୍ଟ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ମିଳିଥିବା ଖବର ଅନୁଯାୟୀ ଏହାକୁ ଅନୁମତି ମିଳିବାକୁ ବହୁତ ବିଳମ୍ବ ହୋଇଛି । ୱିବୋରେ ମୋଦି ୧୧୫ଟି ପୋଷ୍ଟ କରିଥିଲେ । ତେବେ ଏଥିରୁ ୧୧୩ଟି ପୋଷ୍ଟ ହଟାଯାଇଥିବା ବେଳେ ୨ଟି ପୋଷ୍ଟ ଏଯାବତ ରହିଛି । ଏହି ୨ଟି ପୋଷ୍ଟରେ ମୋଦି ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ଫଟୋ ସେୟାର କରିଥିଲେ । ୱିବୋରେ ଚୀନ ରାଷ୍ଟ୍ରପତିଙ୍କ ଫଟୋ ସହ କିଛି ପୋଷ୍ଟ ଥିଲେ ଏହାକୁ ପ୍ରତ୍ୟାହାର କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ତେଣୁ ଏହି ୨ଟି ପୋଷ୍ଟ ଏବେ ବି ରହିଛି । ଅନ୍ୟ ସମସ୍ତପୋଷ୍ଟ ଗୁଡ଼ିକୁ ଆକାଉଣ୍ଟରୁ ହଟାଯାଇଛି । ମେ’୪, ୨୦୧୫ ରେ ମୋଦି ୱିବୋରେ ଆକାଉଣ୍ଟ ଖୋଲିଥିଲେ । ଏହି ଚାଇନିଜ ଆପରେ ମୋଦିଙ୍କ ୨.୪ ଲକ୍ଷ ଅନୁଗାମୀ ରହିଛି । ଭାରତ ୫୯ଟି ଆପକୁ ନିଷିଦ୍ଧ କରିବାକୁ ଆମେରିକା ସ୍ୱାଗତ କରିଛି । ଏହା ଭାରତର ନାଗରିକଙ୍କୁ ସୁରକ୍ଷା ସ୍ଥିତିକୁ ସୁଦୃଢ଼ କରିବ ବୋଲି ଆମେରିକା କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ