ଡିଏସପିଙ୍କ ପରିବାରରୁ ୪ କରୋନା

ଭୁବନେଶ୍ୱର: କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୁଲିସ ଡିଏସପିଙ୍କୁ କରୋନା ପ୍ରସଙ୍ଗରେ ସମ୍ପୃକ୍ତ ଡିଏସପିଙ୍କ ପରିବାରର ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଡିଏସପିଙ୍କ ପରିବାର ସଦସ୍ୟ ୪ ଓ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି । କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ ଜଣ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା । ସଂଗୃହିତ ୧୨୫ ସାମ୍ପଲରୁ ୧୭ଟି ପଜିଟିଭ ମିଳିଥିବା ନେଇ ଆଠଗଡ଼ ଏସଡିଏମଓ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ପ୍ରକାଶ ଯେ,ରାଜ୍ୟରେ ଗୁରୁବାର ଆଉ ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୩ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୩୬ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି। ୫୩୫୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨୧୫୭ ଆକ୍ଟିଭ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ସେହିପରି ଗୁରୁବାର କରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗଞ୍ଜାମ ଜିଲାର ୪୯ ବର୍ଷୀୟ ପୁରୁଷ ହୋଇଥିବାବେଳେ ଆଉ ଜଣେ ଅନୁଗୁଳ ଜିଲାର ୫୭ ବର୍ଷୀୟ ପୁରୁଷ ହୋଇଥିବା ଜଣାପଡିଛି। ଉଭୟ କରୋନାରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ