ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର: ଖୋର୍ଦ୍ଧା ପୌର କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପୌର କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାରୁ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କଣ୍ଟାକ୍ଟ ଟ୍ରେସିଂରେ ୩୩ ଜଣ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣକ ରହୁଥିବା ସାହିକୁ ମଧ୍ୟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ୧୫ ନଂ ୱାର୍ଡର ତେଲେଙ୍ଗାନାସାହିକୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ