ଭଞ୍ଜନଗର ଉପଖଣ୍ଡକୁ ଗଞ୍ଜାମ ଜିଲ୍ଲାପାଳଙ୍କ ତୁଫାନୀ ଗସ୍ତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଉପଖଣ୍ଡର ଆସ୍କା, ଶେରଗଡ, ଧରାକୋଟ, ସୋରଡ଼ା ଦେଇ ଭଞ୍ଜନଗର ବ୍ଲକ ରେ ପହଞ୍ଚି ବ୍ଲକ ପ୍ରାଙ୍ଗଣରେ ଜନପ୍ରତିନିଧି ଏଵଂ ପ୍ରଶାସନ ଅଧିକାରୀ ମାନଙ୍କ ସହ କୋଭିଡ 19 ସଂକ୍ରାନ୍ତରେ ଆଲୋଚନା କରିଛନ୍ତି | କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ | ଦିନ ଦିନ କରୋନା ସ୍ଥିତି ଗଞ୍ଜାମ ଜିଲ୍ଲାରେ ଜଟିଳ ହେବାର ଲାଗିଛି | ଭଞ୍ଜନଗର ବ୍ଲକ ରେ ମଧ୍ୟ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | କୋଭିଡ ପରିଚାଳନା ରେ ଜନ ପ୍ରତିନିଧି ଏଵଂ ପ୍ରଶାସନ ଅଧିକାରୀ ମାନଙ୍କ ଗୁରୁ ଦାୟୀତ୍ୱ ଥିବାରୁ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ପ୍ରାତ୍ସାହିତ କରିଥିଲେ | ବ୍ୟବସାୟ ପ୍ରତିଷ୍ଠାନ କୋଭିଡ ନିୟମ ଉଲଙ୍ଘନ କରି ବ୍ୟବସାୟୀ କଲେ ସେମାନଙ୍କୁ ପ୍ରଥମେ ଏକ ହଜାର ଫାଇନ ପକlଇ ଏକ ସପ୍ତାହ ପର୍ଯ୍ୟନ୍ତ ଦୋକାନ ସିଲ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି | ଏହା ସତ୍ୱେ କୌଣସି ବ୍ୟବସାୟୀ ନିୟମ ଉଲଙ୍ଘନ କଲେ ସମ୍ପୃକ୍ତ ଦୋକାନ ଏକ ମାସ ପର୍ଯ୍ୟନ୍ତ ସିଲ କରିବା ସହ ତାଙ୍କ ନାମରେ କେସ ଫାଇଲ କରିବାକୁ ସ୍ଥାନୀୟ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଧେଶ ଦେଇଛନ୍ତି | ପଂଚାୟତ ସ୍ତରରେ କୋଭିଡ କେର ହମ ଆରମ୍ଭ ହେଇଥିବାରୁ କୌଣସି ବ୍ୟକ୍ତି କାଶ, ଜର ହେଲେ ସେଠାକୁ ଯାଇ ଚିକିତ୍ସିତ ହେଇପାରିବେ | ସେଠାରେ କୌଣସି କରୋନା ସମ୍ପର୍କୀତ ସୂଚନା ମିଳିଲେ ତାକୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି | ପ୍ରତି ପଂଚାୟତ କେର ସେଣ୍ଟର ରେ ଜଣେ ମନିଟର ରହି ପରିଚାଳନା କରିବେ | ପ୍ରତି ପଂଚାୟତ ୱାର୍ଡ ସ୍ତରୀୟ ବୈଠକ କରି ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜ ବ୍ୟବହାର କରିବା, କାଶ, ଜର ଲାଗିଲେ ପଂଚାୟତ କେର ସେଣ୍ଟର କୁ ଯିବାପାଇଁ ସଚେତନ କରିବାକୁ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଛନ୍ତି | କୌଣସି ଆଵଶ୍ୟକ ନ ଥିଲେ ଗାଡି ବ୍ୟବହାର କରିବେ ନାହିଁ, ଗାଁରୁ ସହର ନ ଯିବାକୁ ବାରଣ କରିଛନ୍ତି ଜିଲ୍ଲାପାଳ | ଚଳିତ ଜୁଲାଇ ମାସ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ କହିଛନ୍ତି | ଟ୍ରେସିଙ୍ଗ, ଟେଷ୍ଟିଙ୍ଗ, ଏଵଂ ଟ୍ରିଟମେଣ୍ଟ ଉପରେ କଡା ନଜର ରଖିଲେ କରୋନା ସଂକ୍ରମଣ ମୁକାବିଲା କରିବା ସମ୍ଭବ ବୋଲି କହିଥିଲେ | ଏଥିପାଇଁ ସରପଞ୍ଚ ମାନେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ | ବିଡ଼ିଓ, ତହସିଲଦାର, ଏଵଂ ଥାନା ଅଧିକାରୀ ମାନେ ମିଳିତ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି | ବିବାହ, ବ୍ରତ, ଏଵଂ ଅନ୍ୟାନ ଭୋଜିଭାତ ଉପରେ ସମ୍ପୂର୍ଣ୍ଣ ରୋକ ଲଗେଇବାକୁ କହିଥିଲେ | ବିବାହ ଉତ୍ସବ ରେ ଯୋଗ ଦେଇଥିବା ପୁରୋହିତ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ପ୍ରବାସୀଓଡ଼ିଆ ମାନଙ୍କ କରେନଟାଇନ ଅବଧି ସରିବା ପରେ 2 ହଜାର ଟଙ୍କା ଦେବାକୁ ବିଡ଼ିଓ କୁ ନିର୍ଦ୍ଧେଶ ଦେଇଛନ୍ତି | ମନରେଗା କାମରେ ସବୁ ପଂଚାୟତର ପ୍ରବାସୀ ଓଡ଼ିଆଙ୍କୁ କାମରେ ନିୟୋଜିତ କରିବାକୁ ଆବଶ୍ୟକ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦେଇଥିଲେ | କୋହଳ ସ୍ଥିତି ଜାରି ରଖିବାକୁ ହେଲେ କୋଭିଡ ନିୟମ ମାନି ଚାଲିବାକୁ ବଢିବ ନଚେତ ସଟଡାଉନ ଯିବାକୁ ପଡିବ ବୋଲି ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ସତର୍କ କରିଛନ୍ତି | ସେଥିପାଇଁ ସମସ୍ତ ଜନସାଧାରଣ ଘରେ ରହିବାକୁ ଅପିଲ କରିଛନ୍ତି | ମୁଖ୍ୟତଃ ସାନିଟାଇଜ, ମାସ୍କ ଏବଂ ସାମାଜିକ ଦୂରତା ଉପରେ ସମସ୍ତେ ଫୋକସ କରିବା ଉଚିତ ବୋଲି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ | ଏଥି ନିମନ୍ତେ ଗାଁ ମାନଙ୍କରେ ସରପଞ୍ଚ ମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି | ଏହି ବୈଠକରେ ଭଞ୍ଜନଗର ବ୍ଲକର ସମସ୍ତ ସରପଞ୍ଚ ବ୍ୟତୀତ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼, ବିଡ଼ିଓ ଅନିଲ କୁମାର ସେଠି, ତହସିଲଦାର ଆଲୋକ କୁମାର ପ୍ରଧାନ, ଥାନା ଏସ ଆଇ ମିତାରାଣୀ ପରିଡା ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଜିଲ୍ଲାପାଳଙ୍କ ଭଞ୍ଜନଗର ଗସ୍ତ ପରେ ବେଲଗୁଣ୍ଠା ବ୍ଲକ, ଜଗନ୍ନାଥ ପ୍ରସାଦ ବ୍ଲକ ଏବଂ ବୁଗୁଡ଼ା ବ୍ଲକ ଗସ୍ତ କରି ଛତ୍ରପୁର ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ