ଆମିରଙ୍କ ମା’କରୋନା ନେଗେଟିଭ

ଖ୍ୟାତନାମା ବଲିଉଡ ଅଭିନେତା ଆମିର ଖାଁଙ୍କ ପାଖରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି କର୍ମଚାରୀଙ୍କ ଯୋଗୁଁ ଆମିରଙ୍କ ପୂରା ପରିବାର ବିପଦ ଘେରକୁ ଟାଣି ହୋଇଯାଇଥିଲେ । ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଥିଲା । କିନ୍ତୁ ଆମିରଙ୍କ ସମେତ ତାଙ୍କର ପୂରା ପରିବାର କରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ରିପୋର୍ଟ ମଙ୍ଗଳବାର ଆସିଥିଲେ ମଧ୍ୟ ଆମିରଙ୍କ ମା’ଙ୍କ ରିପୋର୍ଟ ଆସିନଥିଲା । ଯାହା ନେଗେଟିଭ ଆସିଛି । ଆମିର ନିଜ ଟ୍ୱିଟର ଆକାଉଣ୍ଟ ଯୋଗେ ଫ୍ୟାନମାନଙ୍କୁ ଏହି ଖବର ଦେଇଛନ୍ତି । ସମସ୍ତଙ୍କର ଶୁଭକାମନା ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ