ହିକଭିଜନ କବଜାରେ ସିସିଟିଭି ବଜାର

ନୂଆଦିଲ୍ଲୀ: ଦେଶର ସିସିଟିଭି ବଜାର ଚୀନର କମ୍ପାନୀ ରହିଛି । ଚୀନ ସାମରିକ ବ୍ୟବସ୍ଥା ସହ ଏହି ସଂସ୍ଥାର ସମ୍ପର୍କ ରହିଛି ବୋଲି ଆମେରିକା ଅଭିଯୋଗ କରିଛି । ହିକଭିଜନର ଉପକରଣ କିଣା ଉପରେ ଆମେରିକା ସରକାର କଟକଣା ଲଗାଇଛନ୍ତି । ଅଷ୍ଟ୍ରେଲିଆ ଓ ବ୍ରିଟେନ ସରକାର ଏହି କମ୍ପାନୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ହିକଭିଜନ ହେଉଛି ବିଶ୍ୱର ସର୍ବବୃହତ ଭିଡିଓ ନିରୀକ୍ଷଣ କମ୍ପାନୀ । ଏହା ଉଭୟ ହାର୍ଡୱେୟାର ଓ ସଫଟୱେୟାର ବିକ୍ରି କରୁଛି । ଚୀନର କମୁ୍ୟନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ସହିତ ଏହି କମ୍ପାନୀର ଘନିଷ୍ଠ ସମ୍ପର୍କ ରହିଛି । ବିଶ୍ୱର ୨୭ ପ୍ରତିଶତ ସିସିଟିଭି ବଜାର ଏହି କମ୍ପାନୀ କବଜାରେ ରହିଛି । ଭାରତୀୟ ସିସିଟିଭି ବଜାରର ୩୫% ଅଂଶ ହିକଭିଜନ ପାଖରେ ରହିଛି । ଏହା ଦେଶର ଏକ କାରଖାନା ମଧ୍ୟ ସ୍ଥାପନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ