କେନ୍ଦୁଝର ଜିଲ୍ଲାକୁ ପ୍ରଥମ ଥର ପାଇଁ ଶନିବାର ଓ ରବିବାର ସଟ୍ ଡାଉନ୍

କେନ୍ଦୁଝର (ୱାଇଏନ୍‌ଏସ୍‌): କେନ୍ଦୁଝରରେ ଜୁଲାଇ ମାସ ର ପ୍ରତ୍ୟକ୍ ଶନିବାର ଓ ରବିବାର ସମଗ୍ର ଜିଲ୍ଳା କୁ ସଟ୍ ଡାଉନ୍ କରିବାକୁ ରାଜ୍ୟ ସରକାର ଘୋଷଣା କଲା ପରେ କେନ୍ଦୁଝର ଜିଲ୍ଳାପାଳ ଏ ନେଇ ଏକ ସାମ୍ବାଦିକ ସମ୍ବିଳନିରେ କଣ ଖୋଲା ରହିବ କଣ ବନ୍ଦ ରହିବ ଘୋଷଣା କରିଛନ୍ତି। ଏହି ସଟ ଡାଉନ ସମୟ ରେ କେବଳ ଔଷଧ ଦୋକାନ ପେଟ୍ରୋଲ ପମ୍ପ ଖୋଲା ରହିବାକୁ ନିଷ୍ପତି ନିଆଯାଇଥିବା ବେଳେ ହୋମ ଡେଲିଭରି ଦେଉଥିବା ଦୋକନ ଅନୁମତି ନେଇ ଜିନିଷ ଡେଲିଭରି ଦେଇପାରିବେ । ଚିକିତ୍ସାଳୟ କୁ ରୋଗୀ ଯାଇ ପାରିବେ । ଏହି ଦୁଇଦିନ କେହି ଘରୁ ନ ବାହାରିବା କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏହି ସମୟରେ ସରକାର ଙ୍କ ଦ୍ଵାରା ଛାଡ ପାଇଥିବା ବ୍ୟକ୍ତି ବିଶେଷ ନିଜର ମାସ୍କ ଓ ଆଵଶ୍ଯକ କୋରନା ପ୍ରତିରୋଧକ ସାମଗ୍ରୀ ପିନ୍ଧି କର୍ମକ୍ଷେତ୍ରକୁ ଯିବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ