ଭାରତ ଆଶଙ୍କା: ଅନ୍ୟ ଦେଶ ଜରିଆରେ ସାମଗ୍ରୀ ପଠାଇପାରେ ଚୀନ

ନୂଆଦିଲ୍ଲୀ: ହଂକଂ ଓ ସିଙ୍ଗାପୁର ଭଳି ଦେଶକୁ ବ୍ୟବହାର କରି ଚୀନ ଏହାର ନିବେଶ ଓ ସାମଗ୍ରୀ ଭାରତକୁ ପଠାଇପାରିବ । ଭାରତ ଏଭଳି ଆଶଙ୍କା ପ୍ରକଟ କରିଛି । ଯେଉଁ ଦେଶ ଗୁଡ଼ିକ ସହିତ ଭାରତ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ଓ ଅଗ୍ରାଧିକାର ଭିତ୍ତିକ ବାଣିଜ୍ୟ ଚୁକ୍ତି (ପିଟିଏ) ରହିଛି ସେମାନଙ୍କୁ ହାତ କରି ଚୀନ ଏହାର ସାମଗ୍ରୀ ଗୁଡ଼ିକୁ ଭାରତ ପଠାଇବା ଲାଗି ଉଦ୍ୟମ କରିବ । ଏଭଳି କାର୍ଯ୍ୟ ବେଆଇନ ହୋଇଥିବା ବେଳେ ତାହା ଦେଶର ସ୍ଥାନୀୟ ଶିଳ୍ପକୁ ଗୁରୁତର କ୍ଷତି ପହଞ୍ଚାଇବ । ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ, ଚୀନରୁ ନାମକୁ ମାତ୍ର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫଡିଆଇ) ଆସିଛି । କିନ୍ତୁ ଭାରତର ଅନେକ ସଂସ୍ଥାରେ ଚୀନ ସଂସ୍ଥାଗୁଡ଼ିକ ବିପୁଳ ମାତ୍ରାରେ ନିବେଶ କରିଛନ୍ତି । କିଛି ଦିନ ହେଲାଣି ଚୀନରୁ ସିଧାସଳଖ ଆସୁଥିବା ସାମଗ୍ରୀ ପରିମାଣ କମିଥିଲେ ମଧ୍ୟ ହଂକଂ ଓ ସିଙ୍ଗାପୁର ଦେଇ ଆସୁଥିବା ସାମଗ୍ରୀର ପରିମାଣ ବଢ଼ିଛି । ସିଙ୍ଗାପୁର ଓ ଆସିଆନ ରାଷ୍ଟ୍ର ସମୂହ ସହିତ ଭାରତ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଛି । ତେଣୁ ଏହି ସବୁ ଦେଶ ଜରିଆରେ ଅତି ସହଜରେ ଚୀନ ଭାରତକୁ ଏହାର ସାମଗ୍ରୀ ପଠାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ