କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି । ସମଗ୍ର ରାଜ୍ୟରେ ଥିବା ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ ଗୁଡିକରେ କାର୍ଯ୍ୟରତ କର୍ମଚାରୀମାନେ କରୋନା ପ୍ରତିରୋଧ ସମ୍ପର୍କରେ ଜାରି କରାଯାଇଥିବା ନିୟମାବଳି ଓ ସତର୍କତା ସଠିକ ଭାବେ ଅନୁପାଳନ କରୁନଥିବାରୁ କରୋନା ସଂକ୍ରମିତ ହେଉଅଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ସମସ୍ତ ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ ଗୁଡିକରେ କୋଭିଡ ନିୟମାବଳୀ ଅନୁଧ୍ୟାନ ନିମିତ ଉପଜିଲ୍ଲାପାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି । କ୍ଲିନିକାଲ ଏଷ୍ଟାବ୍ଲିଶମେଂଟ ଆକ୍ଟ ଅନୁଯାଇ ଜିଲ୍ଲାର ସମସ୍ତ ନର୍ସିଂହୋମ ଓ ଘରୋଇ ଡାକ୍ତରଖାନା କତ୍ତୃପକ୍ଷ ଆଗାମି ଜୁଲାଇମାସ ୭ତାରିଖ ମଧ୍ୟରେ ପଞ୍ଜିକରଣ କତ୍ତୃପକ୍ଷଙ୍କ ନିକଟରେ ସେମାନଙ୍କ ନର୍ସିଂହୋମ ଓ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ନେଇଥିବାର ପ୍ରମାଣପତ୍ର ଦାଖଲ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦେଶ ଦେଇଛନ୍ତି । ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି । ଆଜି ସୁଦ୍ଧା ରାଜ୍ୟ ବାହାରୁ ଆସିଥିବା ୪୦ହଜାର ୫୨୭ ଜଣ ପ୍ରବାସୀ ଆସିଛନ୍ତି । ଆଜି ଆସିଥିବା ୫୬୨ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୩୭ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୧୦୨, ମହାକାଳପଡା ବ୍ଲକର ୩୮, ମାର୍ଶାଘାଇ ବ୍ଲକର ୨୫, ରାଜନଗର ବ୍ଲକର ୩୦୮, ରାଜକନିକା ବ୍ଲକର ୧୬, ଆଳି ବ୍ଲକର ୫, ଡେରାବିଶି ବ୍ଲକର ୧୬ ଓ ଗରଦପୁର ବ୍ଲକର ୧୫ ଜଣ ଅଛନ୍ତି । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ