ଅମ୍ଫନ ବାତ୍ୟାରେ ବାଇକରୁ ଖସିପଡି ଆହତ ଯୁବକଙ୍କ ମୃତ୍ୟୁ

ହାଟଡିହି, (ଓ୍ବାଇଏନ୍ଏସ୍) : ଗତ ମେ ମାସ ୨୦ତାରିଖ ଦିନ ଛେନାପଦିଛକରୁ ନିଜ ଗ୍ରାମର ଗୋବିନ୍ଦପୁରାକୁ ଫେରୁଥିବାବେଳେ ପ୍ରବଳ ପବନରେ ଭାରସାମ୍ୟ ହରାଇ ବାଇକରୁ ଖସିପଡି ଗୁରୁତର ଆହତ ହୋଇ ଚିକିତ୍ସାଧିନ ଥିବା ତୟ୍ରୀଲୋଚନ ସାଙ୍କ ଆଜି ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ତ୍ରିଲୋଚନ ସା ନାମକ ଜଣେ ଯୁବକ ଛେନାପଦିଛକରେ ବ୍ୟବସାୟ କରି ୬ପରାଣି କୁଟୁମ୍ବଙ୍କୁ ଧରି ପରିବାର ଚଳାଇ ଆସୁଥିଲେ । ଗତ ମେ ୨୦ତାରିଖରେ ଅମ୍ଫନ ବାତ୍ୟା ତାର ତାଣ୍ଡବ ରଚିଥିବାବେଳେ ସେ ଛେନାପଦିଛକରୁ ଜଣେ ବାଇକ ଆରୋହୀଙ୍କ ପଛରେବସି ନିଜ ଗ୍ରାମ ଗୋବିନ୍ଦପୁରାକୁ ଫେରୁଥିବାବେଳେ ପ୍ରବଳ ବେଗରେ ପବନ ହେବାରୁ ଭାରସାମ୍ୟ ହରାଇ ବାଇକଟି ରାସ୍ତା ତଳକୁ ଖସିପଡିଥିଲା । ଫଳରେ ପଛରେବସିଥିବା ତ୍ର୍ରୀଲୋଚନ ଗୁରୁତର ଆହତ ହୋଇପଡିଥିଲେ । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ଆହତ ତ୍ରିଲୋଚନକୁ ଉଦ୍ଧାରକରି ଆନନ୍ଦପୁର ହସପିଟାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସପିଟାଲରେ ରଖଯାଇ ଚିକିତ୍ସା କରାଯାଉଥିବାବେଳେ ଗତ ଦୁଇଦିନ ତଳେ ସେ ଘରକୁ ଫେରିଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ଏବେ ସମ୍ପୁର୍ଣ୍ଣ ପରିବାରଟି ବେସାହାରା ହୋଇପଡିଛି । ତେଣୁ ତ୍ରୀଲୋଚନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ