ବଢୁଛି ପ୍ରଦୂଷଣ ମାତ୍ରା ନଦୀରେ ମରି ଭାଷୁଛନ୍ତି ଶହ ଶହ ମାଛ

ପାରାଦ୍ୱୀପ, (ପୀତବାସ ପ୍ରଧାନ) : ଶିଳ୍ପ ସହର ପାରାଦ୍ୱୀପରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ସରକାରୀସ୍ତରରେ ପ୍ରକାଶିତ ପ୍ରଦୂଷଣ ସ୍ଥିତିରେ ପାରାଦ୍ୱୀପ ସହରାଞ୍ଚଳ ଏବେ ପ୍ରଦୂଷଣର ମଧ୍ୟମ ସ୍ତରରେ ପହଞ୍ôଚଛି । ଏହାର ପ୍ରଭାବ ଗୁରୁବାର ଦିନ ଦେଖିବାକୁ ମିଳୁଛି । ପାରାଦ୍ୱୀପ ବଡପଡିଆ ଠାରୁ ମାଉସୀମାଆ ମନ୍ଦିର ଦେଇ ଜଗନ୍ନାଥ ମନ୍ଦିର ଆଡକୁ ଯାଇଥିବା କପିଳ ଯୋଗିରେ ଗୁରୁବାର ଦିନ ଶହ ଶହ ସଂଖ୍ୟାରେ ବିଭିନ୍ନ କିସମର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ପିପିଏଲ ରାସ୍ତା କଡରେ ଥିବା ନଈରେ ମଧ୍ୟ ଏହି ଭଳି ଭାବେ ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା । ପାରାଦ୍ୱୀପ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଆଞ୍ଚଳିକ କାର୍ଯ୍ୟାଳୟ ରହିଛି । ପ୍ରଦୂଷଣ ମାତ୍ର ଯେତେ ବଢିଲେ ବି ଏହି ଆଞ୍ଚଳିକ କାର୍ଯ୍ୟାଳୟ ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପ ସଂସ୍ଥା ବିରୁଦ୍ଧରେ ପଦକ୍ଷେପ ନେବା କେହି କେବେ ଦେଖିନାହାଁନ୍ତି କି ଜାଣି ନାହାଁନ୍ତି । ବିଗତ ଦୁଇ ଦୁଇଥର ମାଛ ମଡକ ସମୟରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ପାଣିର ନମୁନା ସଂଗ୍ରହ ହୋଇଥିଲା । ହେଲେ ପାଣିରେ ଅମ୍ଳଜାନର ଅଭାବ ଥିବା ରିପୋର୍ଟ ଆସିଥିଲା । ଯାହାର ପ୍ରଭାବରେ ମାଛ ମାନେ ମରିଯାଇଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଏହି ପାଣିରେ ତେଲ ବାସ୍ନା ଆସୁଥିôବା ଯୋଗୁଁ ମାଛ ମଡକ ହୋଇଥିବା ସେତେବେଳେ ପୂର୍ବ ଉପକୂଳର ବରିଷ୍ଠ ପରିବେଶବିତ୍ ସ୍ୱର୍ଗତ ଶଙ୍ଖନାଦ ବେହେରା ଅଭିଯୋଗ କରିଥିଲେ । ସମାନ ଭାବରେ ଗୁରୁବାର ଦିନ କପିଳ ଯୋଗୀରୁ ପାଣିର ନମୁନା ସଂଗ୍ରହ କରାଯାଇଛି ଓ ଆଞ୍ଚଳିକ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ସମାନ ଢଙ୍ଗରେ କୁହାଯାଇଛି ଯେ ବୋଧେ ପାଣିର ଅମ୍ଳଜାନର ମାତ୍ରା କମ୍ ଅଛି ଯାହାଦ୍ୱାରା ଏତେ ସଂଖ୍ୟାରେ ମାଛ ମରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ