ଡିଭାଇଡରରେ ଚଢିଲା ୨ ଟ୍ରକ ଚାଳକଙ୍କ ବେପରୁଆ ଗାଡି ଚାଳନା

ପାରାଦ୍ୱୀପ, (ପୀତବାସ ପ୍ରଧାନ) : ବନ୍ଦର ସହର ପାରାଦ୍ୱୀପକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଟ୍ରକ ପଣ୍ୟ ଖଲାସ ଓ ବୋଝେଇ ପାଇଁ ଆସିଥାନ୍ତି । ଏତେ ସଂଖ୍ୟାରେ ଟ୍ରକ୍ ଆସୁଛନ୍ତି ଯେ ଏହାର ଚଳାଚଳ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ୍‌କୁ କାଶିକର ପାଠ ହେବା ପରେ ପାରାଦ୍ୱୀପ ଅଞ୍ଚଳର ତିନିଗୋଟି ଟ୍ରକ୍ ମାଲିକ ସଂଘକୁ ନେଇ ଗଠିତ ହୋଇଥିବା ଯୁଗ୍ମ ପରିଚାଳନା କମିଟି (ଜେସିସି) ସଭ୍ୟମାନେ ପ୍ରତ୍ୟେହ ଦିନ ପାରାଦ୍ୱୀପ ଠାରୁ ବାଲିଚନ୍ଦ୍ରପୁର ପର୍ଯ୍ୟନ୍ତ ବୋଲେରୋ ରେ ଯାଇ ଭିଡ ନିୟନ୍ତ୍ରଣ କରିବା ସହ ଜାତୀୟ ରାଜପଥରୁ ଭିଡ ନିୟନ୍ତ୍ରଣ କରିଥାନ୍ତି । ଗତ ୩୦ ତାରିଖ ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ ଗସ୍ତ ବେଳେ ଟ୍ରକ୍ ମାଲିକ ସଂଘ ଦ୍ୱାରା ଟ୍ରାଫିକ୍ ନିୟନ୍ତ୍ରଣ ସମ୍ବନ୍ଧରେ ସୂଚନା ଦେଇଥିଲେ ଜେ.ସି.ସିର ସଂପାଦକ ତଥା ପାରାଦ୍ୱୀପ ଟ୍ରକ୍ ମାଳିକ ସଂଘର ସଭାପତି ସୁମନ୍ତ କୁମାର ବିଶ୍ୱାଳ । ଖୋଦ୍ ଏସ୍‌. ପିଙ୍କ ଆଗରେ ଏହି କଥା କହିବାର ୨୪ ଘଣ୍ଟା ପରେ ଅଠରବାଙ୍କୀ ଟର୍ମିନାଲ ଛକରେ ଏକ ଦୃତଗାମୀ ଟ୍ରକ୍ ଏକ ବାଇକ୍ ଉପରେ ଚଢିଯିବାରୁ ଗତ ୧ ତାରିଖ ସଂନ୍ଧ୍ୟାରେ ଜଣେ କମ୍ପାନୀ କର୍ମଚାରୀ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଆହାତ ହୋଇଥିଲେ । ୨ତାରିଖ ଦିନ ପାରାଦ୍ୱୀପ ସବ୍‌ଷ୍ଟେସନ ଛକ ନିକଟରେ ଏକ ଦୃତଗାମୀ ଟ୍ରକ୍ ଫୁଟପାଥ୍ ଡିଭାଇଡର ଉପରେ ଚଢି ଯିବାରୁ ଫୁଟପାଥ୍ ଷ୍ଟିଟ୍ ଲାଇଟ୍ ଖୁଣ୍ଟ ଭାଙ୍ଗି ପଡିଛି । ସୌଭାଗ୍ୟ ବଶତଃ କେହି ମୃତାହତ ହୋଇନଥିବା ବେଳେ ପାରାଦ୍ୱୀପ ବନ୍ଦରର ଷ୍ଟିଟ୍ ଲାଇଟ୍ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିôବା ଜଣାପଡିଛି । ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିବାର ଅଳ୍ପ କିଛି ଘଣ୍ଟା ପରେ ମଧ୍ୟାହ୍ନରେ ଇଫକୋ ଛକ ନିକଟରେ ମଧ୍ୟ ଆଉ ଏକ ଦୃତ ଗାମୀ ଟ୍ରକ୍ ଡିଭାଇଡର ଉପରେ ଚଢିଯାଇଛି । ଦୁଇ ଦୁଇଟି ଟ୍ରକ୍ ଦୃତଗାମୀ ଭାବେ ଯାଇ ଫୁଟପାଥ୍ ଓ ଡିଭାଇଡର ଉପେର ଚଢିଯାଇଥିବା ବେଳେ ସୌଭାଗ୍ୟ ବଶତଃ ଗୁରୁବର ଦିନର ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ