ନାକଚୁଣୀ ଇକୋ ଟୁରିଯିମ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଚୌଦ୍ୱାର : (ଦୀପକ୍ କୁମାର ବେଉରା) ଜିଲ୍ଲା ରେ ପ୍ରସ୍ତାବିତ ଇକୋ ଫ୍ରେଣ୍ଡଲି ଟୁରିଯିମ ପ୍ରକଳ୍ପ ନାକଚୁଣୀ ପାଟ ପରିଦର୍ଶନରେ ଆସିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।ମନ୍ତ୍ରୀ ଗୁରୁବାର ମଧ୍ୟାହ୍ନ ରେ ଜାତୀୟ ରାଜପଥ ୫୫ ଓ ପୁରୁଣା କଟକ-ସମ୍ବଲପୁର ରାସ୍ତାର ମଧ୍ୟବର୍ତ୍ତୀ ନୂଆପାଟଣା ନିକଟରେ ଥିବା ଏହି ପାଟ ପରିଦର୍ଶନ କରିଥିଲେ ।ତାଙ୍କ ସହ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଡିଆରଡିଏ ପିଡି ଏମଡ଼ି ସୟେଦ ଅଖତାର, ଟାଙ୍ଗି ଚୌଦ୍ୱାର ତହସିଲଦାର ନିରଞ୍ଜନ ବେହେରା ,ଆଠଗଡ ଡିଏଫଓ , କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀ ସାମିଲ ଥିଲେ ।ମନ୍ତ୍ରୀ ଏହି ପ୍ରକଳ୍ପ ସ୍ଥାନ ବୁଲି ଦେଖିବା ସହ ଏହାର ରୂପରେଖ ସମ୍ପର୍କରେ ବୁଝିଥିଲେ । ଏଠାରେ ସୂଚନାଯୋଗ୍ୟ ୫୭ ଏକର ପରିମିତ ଏହି ପାଟ ଟି ଏକ ହ୍ରଦ ଭଳି ଦେଖା ଯାଇଥାଏ । କଟକ ଜିଲ୍ଲାପାଳ ଏହି ଜାଗାଟିକୁ ଦେଖିବା ପରେ ଏହାର ଉନ୍ନତି କରିବାପାଇଁ ଯୋଜନା ଆରମ୍ଭ କରିଥିଲେ । ଆଜି ମନ୍ତ୍ରୀଙ୍କ ଗସ୍ତ ପରେ ଏହି ପ୍ରକଳ୍ପ ର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିବା ସହ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ