ବାବନପୁର ଆଦର୍ଶ ଶିଶୁ ମନ୍ଦିରର ୨୬ ତମ ବାର୍ଷିକୋତ୍ସବ
ଆସିକା (ୱାଇଏନ୍ଏସ୍) : ଛାତ୍ରଛାତ୍ରୀମାନେ ଭଲ ମଣିଷ ହେବା ପାଇଁ ପ୍ରଥମେ ନିଜ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ନିଜର ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବା ପାଇଁ ଆସିକା ବ୍ଳକ ଅନ୍ତର୍ଗତ ଚିଦାନନ୍ଦ ବିହାର ସ୍ଥିତ ଆଦର୍ଶ ଶିଶୁମନ୍ଦିରର ୨୬ତମ ବାର୍ଷିକ ଉତ୍ସବରେ ବହୁ ବକ୍ତା ମତବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ବାବନପୁର ଗ୍ରାମ ତଥା ଏହାର ଆଖପଖ ଅଞ୍ଚଳରେ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିବା ଦିଗରେ ଗତ ୨୦୦୦ ମସିହାରେ ସ୍ଥାପିତ ହୋଇଥିବା ଆଦର୍ଶ ଶିଶୁମନ୍ଦିରର ୨୬ତମ ବାର୍ଷିକୋତ୍ସବ ଶନିବାର ଅପରାହ୍ନରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଶିକ୍ଷାନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସତ୍ୟବାନ୍ ଗୌଡଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ବାବନପୁର ଆଦର୍ଶ ଶିଶୁମନ୍ଦିରର ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ସମବାୟବିତ୍ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିଜୟ କୁମାର ସ୍ୱାଇଁ, ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଓଡିଶା ଦକ୍ଷିଣ କ୍ଷେତ୍ରର ସୂର୍ଯ୍ୟପ୍ରକାଶ ମିଶ୍ର, ଋଷିକେଶ ଆଶ୍ରମର ସ୍ୱାମୀ ଜି.ରାମନିଷ୍ଠ ସରସ୍ୱତୀ ମହାରାଜ, ବାବନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସଂଜୟ କୁମାର ନାୟକ ଓ ସମିତିସଭ୍ୟ ସନ୍ତୋଷ କୁମାର ଜେନା, ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ସହସଂପାଦକ ତଥା ବରିଷ୍ଠ ଆଇନଜୀବୀ ମାନସ ରଂଜନ ଗୌଡ, ଶିକ୍ଷାବିତ୍ ହିମାଂଶୁ ଶେଖର କର, ବିଶ୍ୱନାଥ ସାହୁ, ପ୍ରଦୀପ କୁମାର ମୁନି, ମଂଜୁଳା ବାରିକ, ମନିଷା ପରିଡା ପ୍ରମୁଖ ଯୋଗଦେଇ ଆଦର୍ଶ ଶିଶୁମନ୍ଦିରରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ପାଠପଢା ସହିତ ଖେଳକୁଦ, ସାଧାରଣ ଜ୍ଞାନ, କୁଇଜ, ମେଧାବୃତ୍ତି ପରୀକ୍ଷା, ଏନ୍ଆରଟିଏସ୍ ପରୀକ୍ଷା ଇତ୍ୟାଦି କ୍ଷେତ୍ରରେ ନିଜର ପାରଦର୍ଶିତା ବଜାୟ ରଖିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ପ୍ରକାଶ କରିବା ସହ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ସ୍ୱପ୍ନ ଦେଖିବା ସହ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ସାଧନା, ତ୍ୟାଗ ଓ କର୍ମତତ୍ପର ହେବାକୁ ପରାମର୍ଶ ଦେଇଥିଲେ । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଚିଦାନନ୍ଦ ବିହାର ସ୍ଥିତ ଆଦର୍ଶ ଶିଶୁମନ୍ଦିରର ୨୬ତମ ବାର୍ଷିକୋତ୍ସବ ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ଗାନ କରାଯାଇଥିଲା ବେଳେ ଉଲ୍ଲେଖନୀୟ କୃତିତ୍ୱ ଲାଗି ଶିକ୍ଷାନୁଷ୍ଠାନର ପ୍ରତିଭାବାନ୍ ବିଦ୍ୟାର୍ଥୀ ଆଦ୍ୟାଶା ସାହୁ, ପ୍ରିତିପ୍ରଜ୍ଞା ଗୌଡ, ଆୟୁଷ୍ କୁମାର ଜେନା, ଅର୍ପିତା ସ୍ୱାଇଁ, ସାଧନା ନାଇକ, ବାସୁଦେବ ଦାଶ, ସିମାଞ୍ଚଳ ପଣ୍ଡା, କୃଷ୍ଣ ସାହୁ, ଆଶିଷ୍ ବିଶ୍ୱାଳ, ତମନ୍ନା ବେହେରା, ରୁଦ୍ରପ୍ରସାଦ ସାହୁ, ପ୍ରାଚୀ ବାଡତ୍ୟା, ବାସୁଦେବ ଦାଶଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃôତ କରାଯାଇଥିଲା । ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ସଚେତନ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିମୋହିତ କରିଦେଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବାବନପୁର ଆଦର୍ଶ ଶିଶୁମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ବିରଞ୍ଚି ନାରାୟଣ ନାୟକ, ଶିକ୍ଷା କମିଟି ସଦସ୍ୟ ମଦନ ମୋହନ ବାଡତ୍ୟା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ଗୁରୁଜୀ ଗୁରୁମା, ଅଧ୍ୟାପକ, ଅଧ୍ୟାପିକା, ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଚିଦାନନ୍ଦ ବିହାର ସ୍ଥିତ ଆଦର୍ଶ ଶିଶୁମନ୍ଦିରର ୨୬ତମ ବାର୍ଷିକ ଉତ୍ସବକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସତ୍ୟବାନ୍ ଗୌଡ, ସହପ୍ରଧାନଚାର୍ଯ୍ୟା ବଙ୍ଗାଳୀ ନାହାକ, ଆଚାର୍ଯ୍ୟ ରବିନ୍ଦ୍ର କୁମାର ନାୟକ, ରାଜୀବ ଲୋଚନ ସାହୁ, କାଳୁଚରଣ ନାହାକ, ବସନ୍ତ କୁମାର ସାହୁ, ଦିବ୍ୟାନନ୍ଦ ମୁନି, ପ୍ରଦୀପ କୁମାର ମୁନି, ଆଚାର୍ଯ୍ୟା ସସ୍ମିତା ମହାରଣା, ସସ୍ମିତା ସାହୁ, ମଧୁସ୍ମିତା ପାତ୍ର, ସେବତୀ ନାୟକ, ଜ୍ୟୋତ୍ସ୍ନାରାଣୀ ପୋଲାଇ, ବନିତା ବେହେରା, ସାବିତ୍ରୀ ଗୌଡ, ତପସ୍ୱିନୀ ଗୌଡ, ଜି.ଶ୍ରଦ୍ଧାଞ୍ଜଳୀ ପାତ୍ର, ପାର୍ବତୀ ମହାରଣା, ସ୍ୱର୍ଣ୍ଣଲତା ଗୌଡ, ଅନନ୍ୟା ପ୍ରିତମ୍ ମୁନି, ଅମିଷା ବାଡତ୍ୟା, ସେବିକା ବବିତା ପରିଡା ଓ ଶାନ୍ତିଲତା ଗୌଡ ଏବଂ ସେବକ ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


