ପ୍ରସାଶନ ମାଫିଆଙ୍କ ଅସାଧୁ ମେଣ୍ଟ ମଣିଆରେ ଚାଲିଲା ବେଆଇନି ମୋରମ ଖୋଳା

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ତହସିଲ ଅଂଚଳରେ ମାଫିଆ ମାନେ ଆରମ୍ଭ କଲେ ବେଆଇନି ମୋରମ ଖୋଳା ।ଏହି ତହସିଲ ଅନ୍ତର୍ଗତ ଉଚ୍ଚପଦା ପଂଚୟତର ମଣିଆ ରାଜସ୍ୱ ଗ୍ରାମରେ ମାଫିଆମାନେ ସରକାରୀ ଜମିରୁ ଏହି ବେଆଇନି ମୋରମ ଖୋଳା ବଡ଼ ପ୍ରୋକଲିଂ ମେସିନ ସାହାଯ୍ୟରେ ଆରମ୍ଭ କରିଛନ୍ତି ।ଗ୍ରାମର ଗୋଚର, ଠାକୁରାଣୀ ଙ୍କ ବିଜେସ୍ଥଳୀ ,ଗ୍ରାମବାସୀଙ୍କ ଚଳାଚଳ ପଥରେ ଜମିକୁ ଖୋଲି ଦୋନିକ ଶହ ଶହ ଟ୍ରିପ ମୋରମ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିବା ବେଳେ ସରକାରଙ୍କ ବିପୁଳ ରାଜସ୍ୱ ହାନି ହେଉଛି । ଗ୍ରାମବାସୀ ମାନେ ଏ ସଂକ୍ରାନ୍ତରେ କଟକ ଜିଲ୍ଲାପାଳ ଓ ଟାଙ୍ଗି ଚୌଦ୍ୱାର ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ମାଫିଆ ମାନେ କାହାରିକୁ ଖାତିର କରୁନାହାନ୍ତି । କିଛିଦିନ ତଳେ ମାଫିଆମାନଙ୍କୁ ଗ୍ରାମବାସୀ ବିରୋଧ ଯୋଗୁଁ କିଛି ଦିନ ବନ୍ଦ କରିବା ପରେ ଏବେ ପୁଣି ଖୋଳା ଆରମ୍ଭ କରିଛନ୍ତି । ଉଚ୍ଚପଦା ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ଶହ ମିଟର ଦୂରରେ ଏହି ବେଆଇନି ଖୋଳା ଓ ଚାଲାଣ ହେଉଥିଲେ ମଧ୍ୟ ତହସିଲଦାର ଜାଣି ନପାରିବା ଘଟଣା ପ୍ରଶାସନିକ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଇ ବେଆଇନି ଖନନ କାର୍ଯ୍ୟ ତୁରନ୍ତ ବନ୍ଦ କରାନଗଲେ ଆରଆଇ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସରପଞ୍ଚ ବିରଜା ରାଉତ ଚେତାବନୀ ଦେଇଛନ୍ତି ।ଏ ସମ୍ପର୍କରେ ଟାଙ୍ଗି ଚୌଦ୍ୱାର ତହସିଲଦାର ନିରଞ୍ଜନ ବେହେରା ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ