ଭୋଟିଂ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଭୋଟିଂ ନିୟମରେ ବଡ଼ ପରିବର୍ତ୍ତନ ଅଣାଯାଇଛି । ୬୫ ବଷ ବୟସରୁ ଅଧିକ ବୟସ ବ୍ୟକ୍ତି, କରୋନା ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ନିର୍ବାଚନୀ ବୁଥକୁ ନ ଯାଇ ପୋଷ୍ଟାଲ ବାଲଟ ଦ୍ୱାରା ଭୋଟ ଦେଇପାରିବେ । ନିର୍ବାଚନ ନିୟମ ୧୯୬୧ ରେ ସରକାର ସଂଶୋଧନ ଆଣିବା ପରେ ଭୋଟରମାନଙ୍କୁ ଏହି ସୁବିଧା ମିଳିପାରିଛି । ଯେଉଁମାନଙ୍କ ଶରୀରରେ କରୋନା ସାମାନ୍ୟ ଲକ୍ଷଣ ଅଛି ଏବଂ ହସ୍ପିଟାଲରେ ନଥାଇ ଯେଉଁମାନେ କ୍ୱାରାଣ୍ଟିନ ସେଣ୍ଟରରେ ରହିଛନ୍ତି ସେମାନେ ମଧ୍ୟ ପୋଷ୍ଟାଲ ବାଲାଟ ଦ୍ୱାରା ସେମାନଙ୍କର ମତଦାନ ସାବ୍ୟସ୍ତ କରିପାରିବେ ବୋଲି କୁହାଯାଇଛି । କରୋନା ମହାମାରୀ ରାଜନୈତିକ କାର୍ଯ୍ୟକ୍ରମରେ ବାଧା ଉପୁଜାଇଛି । ତେବେ ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ସରକାର ଭୋଟିଂ ନିୟମରେ ଏହି ପରିବର୍ତ୍ତନ ଆଣିଛନ୍ତି । ପ୍ରଥମ ଥର ପାଇଁ ଗତ ଫେବ୍ରୁଆରୀରେ ଦିଲ୍ଲୀ ପୋଷ୍ଟାଲ ବାଲାଟ ପ୍ରକି୍ରୟା ଆରମ୍ଭ କରିଥିଲା । ଯେଉଁମାନେ ଭିନ୍ନକ୍ଷମ ଏବଂ ୮୦ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଦିଲ୍ଲୀରେ ପୋଷ୍ଟାଲ ବାଲଟ ସୁବିଧା ମିଳିଥିଲା । ଏବେ ପୁଣି କରୋନା ମହାମାରୀ ପରିପ୍ରେକ୍ଷୀରେ ବୟସ୍କଙ୍କୁ ବାହାରକୁ ନ ବାହାରିବା ପାଇଁ ମନା କରାଯାଇଥିବାରୁ ଏଥିପାଇଁ ସରକାର ଭୋଟିଂ ନିୟମରେ ପରିବର୍ତ୍ତନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

error: Content is protected !!