ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାରି  ନାବାଳକ ମୃତ

ଜୟପୁର, (ୱାଇଏନ୍‌ଏସ୍‌): ପାଡୁଆ ଡାକ ବଙ୍ଗଳା ନିକଟ ଟ୍ରନିଂ ନିକଟରେ ଘଟିଛି ଦୁର୍ଘଟଣା। ଗୋଟିଏ ବାଇକରେ ଚାରି ଜଣ ଦ୍ରୁତ ଗତିରେ ଯାଉଥିବାବେଳେ ଭସରସାମ୍ୟ ହରାଇ ଗଛ ଦେହରେ ପିଟି ହେବାରୁ ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ମୃତକ ସମସ୍ତେ ପାଡୁଆ ଅଂଚଳର ବୋଲି ପାଡୁଆ ଥାନା ଅଧିକାରୀଙ୍କ ପକ୍ଷରୁ ସୁଚନା ମିଳିଛି । ସୂଚନାଯୋଗ୍ୟ, ସକାଳୁ ସକାଳୁ ପାଡୁଆ ଡାକ ବଂଗଳାରୁ ମାତ୍ର ୧୦୦ ମିଟର ଦୂର ୟୁ ଟର୍ନ ନିକଟରେ ମର୍ମନ୍ତୁଦ ମୋଟରସାଇକେଲ ଦୂର୍ଘଟଣାରେ ଘଟଣା ସ୍ଥଳରେ ପାଡୁଆ ଗ୍ରାମର ୪ ଜଣଙ୍କ ମ୍ରୁତ୍ୟୁ ହୋଇଯାଇଛି । ମୃତକ ସମସ୍ତ ନାବାଳକ ଥିବା ବେଳେ ସେମାନେ ହେଲେ ପଂକଜ ମହାନ୍ତି ପିତା ଗୋପାଳ, ପ୍ରଶାନ୍ତ ଖରା ପିତା ନରସିଂହ, ଶଶିଖିଲ ପିତା ମହେଶ୍ୱର, କୃଷ୍ଣ ହନ୍ତାଳ ପିତା ସନୁ,ସେମାନଙ୍କ ବୟସ ଯଥାକ୍ରମେ #15,16, 11, 12ବର୍ଷ । ଏହି ଦୁର୍ଘଟଣାକୁ ନେଇ ପାଡୁଆ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ