କୋରାପୁଟ ଜିଲ୍ଲାରେ ପୁଣି ଚାରି ନୂଆ କରନା ପୋଜିଟିଭ

ଜୟପୁର, (ୱାଇଏନ୍‌ଏସ୍‌): କୋରାପୁଟ ଜିଲ୍ଲାରେ ଆଜି ପୁଣି ଚାରି ନୂଆ କରନା ପୋଜିଟିଭ ଚିହ୍ନଟ ହୋଇଛି। ଚିହ୍ନଟ ଚାରି ଜଣକ ମଧ୍ୟରୁ ବୋରିଗୁମ୍ମାରୁ ତିନି ଜଣ ଏବଂ ନାରାୟଣପାଟଣା ବ୍ଲକର ପୋଡ଼ପଦର ଅଞ୍ଚଳର ବୋଲି ସୂଚନା ମିଳିଛି। ବୋରିଗୁମ୍ମା ଅଞ୍ଚଳରେ ଆଜି ପୁଣି ତିନି ପୋଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ଚାରି କୁ ପହଂଚିଛି। ସେପଟେ ଏହି ଚାରି ଆକ୍ରାନ୍ତଙ୍କୁ ଜୟପୁର ସ୍ଥିତ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ପକ୍ଷରୁ ଭେଙ୍କେଟନଗରକୁ ସିଲ କରାଯାଇ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି।ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ କୌଣସି ବ୍ୟକ୍ତି ଙ୍କୁ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଅନ୍ୟପଟେ ଏହି କଣ୍ଟେନମେଣ୍ଟ ଯୋନରେ ମୋହାଲଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଘର ଘର ବୁଲି ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟେନମେଣ୍ଟ ଯୋନରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଲକ୍ଷଣ ବିଷୟରେ ଏବଂ ନମୁନା ସଂଗ୍ରହ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ