କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ କୋଣାର୍କ ଛାତ୍ର ସଂଗଠନ ପକ୍ଷରୁ ସମୂହ ଦୀପଦାନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସାରା ବିଶ୍ୱରେ କରୋନା ଭାଇରସ ର ଭୂତାଣୁ ଯେପରି ଭାବେ ତାର କାୟା ବିସ୍ତାର କରି ଆତଙ୍କ ସୃଷ୍ଟି କରି ଦିନକୁ ଦିନ ଏହାର ପ୍ରକୋପ ବଢ଼ିବାରେ ଲାଗିଛି।ଏହି ଭୁତାଣୁର କବଳରେ ଏହାକୁ ପ୍ରତିହତ ପାଇଁ ଆଗଧାଡ଼ି ର ଯୋଦ୍ଧା ପୋଲିସ,ଡାକ୍ତର, ଅଗ୍ନିଶମ କର୍ମଚାରୀ, ନର୍ଶ,ଓ ସଫେଇ କର୍ମଚାରୀ ମାନେ ସାମିଲ ହୋଇ ଏହାର ଫାଶରେ ପଡି ଆକ୍ରାନ୍ତ ହେଉଛନ୍ତି।ମାନବ ସମାଜକୁ ରକ୍ଷା ପାଇଁ ଏହି କରୋନା ଯୋଦ୍ଧା ମାନଙ୍କର ଆରୋଗ୍ୟ କାମନା କରି କୋଣାର୍କ ଛାତ୍ର ସଂଗଠନ ସଂଯୋଜକ କୁନାଲ ପାତ୍ର ଓ ବିଚିତ୍ର ଚୌଧିରି ଙ୍କ ଆହ୍ୱାନରେ ସଂପାଦକ ଆବାସ ମୁଦୁଲି, ପିନାକୀ ପ୍ରସାଦ ନାୟକ, ଯୁବସମାଜ ସେବୀ ପ୍ରିୟରଞ୍ଜନ ରଥ,ସୌଭାଗ୍ୟ ସ୍ବାଇଁ, ସୌମ୍ୟ ଲେଙ୍କା ନିର୍ମାଲ୍ୟ ପ୍ରସାଦ ବାରିକ, ହୃଷିକେଶ ବେଉରା, ସତ୍ୟଜିତ ନାୟକ, ଅଜିତ ସ୍ୱାଇଁ ଙ୍କ ସହ ଜଗନ୍ନାଥ ମନ୍ଦିରର ପରିଚାଳକ ନିରଂଜନ ବାରିକ ପ୍ରମୁଖ ଉପସ୍ଥିତ ହୋଇ ସ୍ତାନୀୟ ଜଗନ୍ନାଥ ମନ୍ଦିରରେ ଦୀପ ଦାନ କରି ଏହି ଭୂତାଣୁ କବଳରୁ ଯୋଦ୍ଧା ମାନକୁ ରକ୍ଷା ସହ ଆକ୍ରାନ୍ତ ମାନେ ଖୁବ ଶ୍ରୀଘ୍ର ସୁସ୍ଥ ହେବା ସହ ପୃଥିବୀ ପୃଷ୍ଠରୁ କରୋନା ମହାମାରୀ ଦୁରେଇ ଯିବା ପାଇଁ ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ