ପର୍ଯ୍ୟଟକ ଙ୍କ ପାଇଁ ୬ ତାରିଖ ରେ ଖୋଲା ଯିବ ସୂର୍ଯ୍ୟମନ୍ଦିର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଜୁଲାଇ ୬ ତାରିଖରେ ଖୋଲିପାରେ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର । କରୋନା କଟକଣା ପାଇଁ ମାର୍ଚ୍ଚ ୧୬ ତାରିଖରୁ କୋଣାର୍କ ସୂର୍ଯ୍ୟମନ୍ଦିର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ଫଳରେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ କୋଣାର୍କର ହୋଟେଲ, ହସ୍ତଶିଳ୍ପ ବ୍ୟବସାୟୀ,ଗାଇଡ଼, ଫଟୋଗ୍ରାଫରଙ୍କ ସହ କୋଣାର୍କ ଅଂଚଳର ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ୩ ମାସରୁ ଅଧିକ ସମୟ ଧରି କୋଣାର୍କକୁ ପର୍ଯ୍ୟଟକଙ୍କ ଯିବାଆସିବା ବନ୍ଦ ହୋଇଯାଇଛି । ତେବେ କେନ୍ଦ୍ର ପ୍ରନିତ‰ ବିଭାଗ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳୀ ସମେତ ଆମ ରାଜ୍ୟର ୭୯ଟି ଐତିହ୍ୟ ସ୍ଥଳୀକୁ ଜୁଲାଇ ୬ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି । ଫଳରେ ସୂର୍ଯ୍ୟମନ୍ଦିର ସର୍ବସାଧାରଣଙ୍କ ପାଇଁ ଉନ୍ମìକ୍ତ ହେବାର ଆଶା ଦେଖାଦେଇଛି । ଅପରପକ୍ଷରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ପାଇଁ ପ୍ରତିଦିନ ମୋଟ ୨୫ ଶହ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ । ତେବେ ଲାଇଟ ଆଣ୍ଡ ସାଉଣ୍ଡ ସୋ ବନ୍ଦ ରହିବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ