୧୪ ଜିଲ୍ଲା ବାସିଙ୍କୁ ରାଉରକେଲା ମନା

ରାଉରକେଲା, (ଓ୍ବାଇଏନ୍ଏସ୍) : ରାଉରକେଲା ସହରର ସେକ୍ଟର୧୬ ଆରଏସପି ଅଂଚଳରେ ଜଣେ ୬୧ ବର୍ଷର ବୃଦ୍ଧଙ୍କ ଗତ ତିନି ଦିନ ପୂର୍ବେ କରୋନାରେ ମୃତ୍ୟୁ ଘଟିବା ସହ ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏତିକି ବେଳେ ରାଜ୍ୟର ୧୪ଟି ଜିଲ୍ଲାରୁ ରାଉରକେଲାକୁ ଆସୁଥିବା ଜନସାଧାରଣଙ୍କୁ ୧୪ ଦିନ ଲାଗି ସରକାରୀ କ୍ୱାରେନଟାଇନରେ ଯିବା ଲାଗି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲୀ ସୁନୀଲ ନର୍ବାଣେ ନିର୍ଦ୍ଦେଶ ଦେଇଛନ୍ତି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଦେଶନାମା ୧୯୫୯ ତା ୪-୦୭-୨୦ ଅନୁଯାୟୀ କୁହାଯାଇଛି ଯେ, ଖୋରଧା, ଭଦ୍ରକ, ବଲାଙ୍ଗିର, ପୁରୀ, ଝାରସୁଗୁଡା, ଯାଜପୁର , ମୟୁରଭଂଜ, ଗଂଜାମ, ବାଲେଶ୍ୱର, ନୟାଗଡ, କଟକ, କେନ୍ଦୁଝର, ଗଜପତି ଓ ଜଗତସିଂହପୁର ଅଂଚଳରୁ ରାଉରକେଲା ମହାନଗର ନିଗମ ଅଂଚଳକୁ ଆସୁଥିବା ଲୋକେ ଏଥର ଏଠାରେ ୧୪ ଦିନ ସରକାରୀ କ୍ୱାରେଂଟାଇନରେ ରହି ମହାନଗର ନିଗମ କର୍ତୁପକ୍ଷଙ୍କ ନିୟମ ପାଳନ କରିବେ । ସେହିପରି ଉପରୋକ୍ତ ଜିଲ୍ଲା ଗୁଡିକରୁ ଆସୁଥିବା ଜନସାଧାରଣ ପ୍ରଥମେ ବିପିୟୁଟି ରାଉରକେଲାରେ ନିଜକୁ ପଞ୍ଜିକୃତ କରାଇବା ପରେ ସରକାରୀ ପରାମର୍ଶ ଅନୁଯାୟୀ ୧୪ ଦିନ ପାଇଁ ଘରୋଇ କିମ୍ବା ସରକାରୀ କ୍ୱାରେଂଟାଇନରେ ରହିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ଆଦେଶ ନାମା ପରେ ଏହାକୁ ସହରବାସୀ ସ୍ୱାଗତ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ଏଭଳି ନିୟମ ହେବା ଦ୍ୱାରା ରାଉରକେଲାକୁ ସିଧା ସଳଖ ଚାଲି ଆସୁଥିବା ଲୋକେ ଓ ବସ୍ ବାଲା ସମସ୍ୟାରେ ପଡିବାର ଆଶଙ୍କା ଦେଖାଦେଇଛି । ଏହା ଦ୍ୱାରା ବସରେ ଯାତ୍ରୀଙ୍କ ସଂଖ୍ୟା କମିବା ସହ ଆଉ ବସ୍ ଚାଲିବ କି ନାହିଁ ସେନେଇ ଉଠିଛି ପ୍ରଶ୍ନ । ସହରକୁ ଆସି କ୍ୱାରେଂଟାଇନରେ ଜିବାକୁ ପ୍ରାୟ ଚାହିଁବେନାହିଁ ବୋଲି କୁହାଯାଉଥିବା ବେଳେ ଏହାକୁ ବୃହତ ସ୍ୱାର୍ଥ ଦୃଷ୍ଟିରୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସହରର ବୁଦ୍ଧିଜୀବି ମହଲରେ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ