ଜୟପୁରରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ଜୟପୁର, (ଓ୍ବାଇଏନ୍ଏସ୍) : ଜୟପୁର ଉପ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ହେମକାନ୍ତ ସାଏ । ସେ ହେଉଛନ୍ତି ୨୦୧୭ ବ୍ୟାଚ୍‌ର ଆଇଏଏସ ଅଫିସର । ଏଥିପୂର୍ବରୁ ସେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ରହିଥିଲେ । ରାଜ୍ୟ ସରକାର ତାଙ୍କୁ ଜୟପୁର ଉପ ଜିଲ୍ଲାପାଳ ସହ ଜୟପୁର ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେବାକୁ ଅତିରିକ୍ତ ଦାୟିତ୍ୱ ଦେଇଥିଲେ । ଏହି କ୍ରମରେ ସେ ଗତକାଲି କୋରାପୁଟ ପହଂଚି ଆଜି ଜୟପୁର ଠାରେ ଦୁଇଟି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣବେଳେ ଉପ ଜିଲ୍ଲାପାଳ ରହିଥିବା ଲୋକନାଥ ଦଳବେହେରା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଉଥିବା ଆଲୋକ ରଞ୍ଜନ ସାମନ୍ତରାୟ, ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱ ତୁଲାଉଥିବା ପୀତବାସ ବିଶ୍ୱାଳ, ଉଭୟ ଅଫିସର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ