ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ନୂଆପଡା, : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକଲା ରାଜସ୍ୱ ନିରୀକ୍ଷକ ଦୀନମଣି ରାଉତରାୟ ଶନିବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତୁକଲା ଖଇରଭାଡି ଗ୍ରାମର ଯୁଗଳ କିଶୋର ଠେଲା ନାମକ ବ୍ୟକ୍ତିଙ୍କ ଠାରୁ ନିକଟସ୍ଥ ଅର୍ଜୁନ ବାଲିଘାଟ କରାଇ ଦେବା ନେଇ ରାଜସ୍ୱ ନିରୀକ୍ଷକ ପ୍ରଥମେ ୧୦ ହଜାର ଟଙ୍କା ଦାବୀ କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ୬ ହଜାର ଟଙ୍କାରେ କଥା ଛିଣ୍ଡିଥିଲା । ଏନେଇ ଯୁଗତ ନୂଆପଡା ଭିଜିଲାନ୍ସ ସହ ଯୋଗାଯୋଗ କରି ପ୍ରଲେପ ଦିଆ ୫ ହଜାର ଟଙ୍କା ରାଜସ୍ୱ ନିରୀକ୍ଷକଙ୍କୁ ଲା େଦେଇଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗ ଚଢାଉ କରି ୫ ହଜାର ଟଙ୍କା ଉଦ୍ଧାର କରିବା ସହ ରାଜସ୍ୱ ନିରୀକ୍ଷକ ଦୀନମଣି ରାଉତରାୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ନୂଆପଡା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଦଳ ଆସି ଚଢାଉ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ