୧୧ଫୁଟ ଅଜଗର ସାପ ଉଦ୍ଧାର

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁହାସ୍ଥିତ କୋହ୍ଲା ଗ୍ରାମରୁ ଆଜି ଏକ ୧୧ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର । ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳେ କୋହ୍ଲା ଗ୍ରାମର ହରିହର ସାହାଣୀଙ୍କ ବାଡିରୁ ଏକ ଅଜଗର ସାପ ବୁଲୁଥିବା ପରିବାର ଲୋକେ ଦେଖି ଚଣ୍ଡିଖୋଲ ଫରେଷ୍ଟରଙ୍କୁ ଅବଗତ କରାଇଥିଲେ । ଫରେଷ୍ଟର ଶିଶିଭୂଷଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭାସ ସାହାଣୀ ଉକ୍ତ ଗ୍ରାମରେ ପଂହଚି ସାପକୁ ଉଦ୍ଧାର କରିଥିଲେ । ଏହି ଅଜଗର ସାପଟିର ଲମ୍ବ ୧୧ଫୁଟ ୩ ଇଂଚ ହେବ ବୋଲି ଜଣାପଡିଛି । ଉକ୍ତ ଅଜଗରଟିକୁ ମହାବିନାୟକ ଫରେଷ୍ଟ ରେଜର ବରୁଣୀଆ ପାହାଡରେ ଛାଡି ଦିଆଯାଇଥିବା ଜଣାପଡିଛି । ଖାଦ୍ୟ ପାଇଁ ସାପଟି ଗାଁ ମୁହାଁ ହୋଇଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ