ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି, (ଅରୁନିମା ପୁରୋହିତ):ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ । ବିଚ୍ଛିନ୍ନ ଅଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟର ରେ ମାଓବାଦୀ ଙ୍କୁ ବିରୋଧ କରିବା ସହ ନିରୀହ ଜନତା ଙ୍କ ଉପରେ ମାଓବାଦୀ ଜୁଳୁମ କରୁଥିବା ଅଭିଯୋଗ ହୋଇଛି । କରନା ସମୟରେ ମାଓବାଦୀ ମାନେ ବିଭିନ୍ନ ଗ୍ରାମ କୁ ଯାଇ ସହ ସହ ଲୋକଙ୍କୁ ଡାକି ମିଟିଂ କରାଇବା ଦ୍ୱାରା କରନା ବ୍ୟାପିବାର ଭୟ ରହୁଥିବା ସହ ସରକାରୀ ନିୟମ କୁ ଉଲଂଘନ ହେଉଥିବା ମଧ୍ୟ ପୋଷ୍ଟର ରେ ଉଲ୍ଲେଖ ରହିଛି । ସରକାର ଦେଇଥିବା ଅଗ୍ରୀମ ୩ ମାସର ଭତ୍ତା ଓ ରାସନ ମାଓବାଦୀ ଲୋକଙ୍କୁ ଲୁଟି ନେଉଥିବା ସହ ଉନ୍ନୟନ ମୂଳକ କାମକୁ ମାଓବାଦୀ ବିରୋଧ କରୁଥିବା ରୁ ଅଞ୍ଚଳରେ ବିକାଶ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଛି । ଉନ୍ନତି ପାଇଁ ସବୁ ମିଶି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ରେ ସହଯୋଗ କରିବା ସହ ମାଓବାଦୀ ଙ୍କ ଶିକାର ହୋଇଥିବା ଲୋକଙ୍କୁ ସରକାରୀ ସୁବିଧା ମିଳିବା ପାଇଁ ଏହି ପୋଷ୍ଟର ରେ ଆବାହନ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ