କଲମପୁର ପଞ୍ଚୟତର ୫ ଗାଁକୁ ସଟଡାଉନ ଘୋଷଣ କଲେ ସରପଞ୍ଚ

କଳାହାଣ୍ଡି, (ଓ୍ୱାଇଏନ୍‌ଏସ୍‌): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କଲମପୁର ପଞ୍ଚୟତ କଲମପୁର, ବରଗା. କସାବାହି, ଗଂଜେଇଗୁଡା ଓ ସାଗବାରୀ ୫ ଗାଁକୁ ସରପଞ୍ଚ ମିନାକୁମାରି ମାଝୀ ୭୨ ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କରିଛନ୍ତି । ଏହି ପଞ୍ଚୟତର ଗଂଜେଇଗୁଡା ଗାଁ ରେ ନିଜ ମାମୁଁ ଘରକୁ କ୍ୱାରେଣ୍ଟଟାଇନରୁ ପଳାୟନ କରି ଆସିଥିବା ଜଣେ ଯୁବକଙ୍କ ସ୍ୱାବ ରିପୋର୍ଟ ପୋଜିଟିଭ ଆସିବା ପରେ ଜିଲ୍ଲା ପ୍ରଶାସନ ଯୁବକଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି, ଯୁବକ ନିଜ ଗାଁ ଜୁନାଗଡ ବ୍ଲକ ମୁଣ୍ଡରାଗୁଡା ତେବେ ସେ ୧୦ ଦିନ କ୍ୱାରେଣ୍ଟ ଟାଇନରେ ରହି ଲୁଚି ପଳାଇ ଆସି ନିଜ ଗାଁ ଯାଇଥିଲା ତେବେ ଗାଁ ଲୋକ ତାକୁ ବାରଣ କରିବାରୁ ନିଜ ସମ୍ପର୍କୀୟ ମାମୁଁ ଘର ଗଂଜେଇଗୁଡାରେ ଆସି ରହୁଥିବା ଜଣାପଡିଛି । ପ୍ରଶାସନ ଯୁବକ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରୁଥିବା ବେଳେ ପ୍ରଥମ କରୋନା ଆକ୍ରାନ୍ତ ଚିଂହ୍ନଟ ହେବା ପରେ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ