ଅନନ୍ତ ଶୟନରେ ମହାବାହୁ ପଦ ପ୍ରକ୍ଷାଳନ କରୁଛନ୍ତି ମା ମହାଲକ୍ଷ୍ମୀ

ପୁରୀ, (ଓ୍ବାଇଏନ୍ଏସ୍):ହରିଶୟନ ଏକାଦଶୀ ଠାରୁ ମହାପ୍ରଭୁ ଅନନ୍ତ ଶୟନରେ ରହିଛନ୍ତି । ଚର୍ତୁମାସିଆ ୪ ମାସ ପର୍ଯ୍ୟନ୍ତ ପ୍ରଭୁ ଶୟନ କରିବେ । ଏହି ସମୟରେ ମହାଲକ୍ଷ୍ମୀ ପ୍ରଭୁଙ୍କ ଯାତ୍ରାଜନିତ କ୍ଲାନ୍ତିକୁ ଦୂର କରିବା ପାଇଁ ପଦ ପ୍ରକ୍ଷାଳନ କରିବେ । ଅନନ୍ତ ଶୟନର ଚିତ୍ର ଶ୍ରୀମନ୍ଦିର ଭିତରେ ରହିଛି । ଏହି ୪ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାର୍ଯ୍ୟ ହେବ ନାହିଁ । ପ୍ରଭୁ କାର୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଜାଗ୍ରତ ହେବେ । ଏହି ସମୟରେ ପ୍ରଭୁ ନିଦ୍ରା ଯାଇଥିଲେ ମଧ୍ୟ ଭକ୍ତଙ୍କ ଗୁହାରି ଶୁଣନ୍ତି ବୋଲି ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ