ପାରିବାରିକ କହଳରୁ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ମୋହନ, (ଅଂଶୁମାନ ପଣ୍ଡା) : ପାରିବାରିକ କହଳରୁ କେନ୍ଦ୍ର କରି ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବଡ଼ ପୁଅ, ଏପରି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଥାନା ସ୍ତିତ ପେଜପାଣି ଗ୍ରାମରେ । ମୃତ ଜଣକ ହେଲେ ସହି ଗାଁର ଦୁର୍ମନ ଶବର ବୋଲି ଜଣାପଡିଛି । ଖବର ପାଇଁ ମୋହନା ପୋଲିସ ଘଟଣାରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ପେଜପାଣି ଗାଁର ଦୁର୍ମନ ଶବର ଦ୍ଵିତୀୟ ବିବାହ ୪ବର୍ଷ ତଳେ କରି ଥିଲେ ପରେ ଏନେଇ ପରିବାରେ ଉଭୟ ସାଉତୁଣୀଙ୍କ ମଧ୍ୟରେ ବିବାଦ ସଦାସର୍ବଦା ଲାଗିରହିଥିଲା । ଏପରିକି ବଡ଼ ପୁଅ କେପାସ ଶବର ଏହାକୁ ବିରୋଧ କରୀ ଆସୁଥିଲେ । ଗତକାଲି ଦୁର୍ମନ ତାର ପ୍ରଥମ ପତ୍ନନି ସହ ଝଗଡା କରିବା ସହ ମରପିଟା କରିଥିଲା। ଏହା ବଡ ପୁଅ ଘଟଣା ଜାଣିବା ପରେ ଗତକାଲି ସନ୍ଧ୍ୟ। ସମୟରେ ଦୁର୍ମନ ଶବର ଗ୍ରାମ ନିକଟସ୍ଥ ପାହାଡ଼ରୁ କାମ ସାରି ଗାଧୋଇ ନିଜ ଦୂତୀୟ ସ୍ତ୍ରୀ ପିଲା ସହଫେରିବା ସମୟରେ ବଡ ପୁଅ ରାସ୍ତାରେ ଜଗି ଟାଙ୍ଗିଆରେ ଅତର୍କିତଭାବେ ଆକ୍ରମଣ କରିଥିଲା, ଫଳରେ ତାଙ୍କର ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ହୋଇଥିଲା । ସେ ଘଟଣା ସ୍ଥଳରେ ହିଁ ପ୍ରାଣ ତ୍ୟାଗ କରିଥିଲେ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତକରି ତଦନ୍ତ ଜାରି ରଖିବା ସହ ଅନ୍ୟ ପୁଅକୁ ଅଟକାଇ ପଚରା ଉଚାର କରୁଛି, ଅଭିଯୁକ୍ତ କଲି ନିଜେ ଟାଙ୍ଗିଆ ଧରି ମୋହନା ଥାନାରେ ଆତ୍ମସମର୍ପଣ କରିଛି ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ