ପାଞ୍ଚ ଘରୋଇ ନର୍ସିଙ୍ଗହୋମ ସିଲ

ଝାରସୁଗୁଡା, (ୱାଇଏନ୍‌ଏସ୍‌): କୋଭିଡ ନିୟମ ପାଳନ କରୁ ନ ଥିବା ଅଭିଯୋଗରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ୫ ଟି ଘରୋଇ ନର୍ସିଂହୋମ ସିଲ କରିଛି।ସେଥି ମଧ୍ୟରୁ ଝାରସୁଗୁଡା ସହରରେ ଥିବା ତିନୋଟି ଓ ବ୍ରଜରାଜନଗର, ବେଳପାହାଡ଼ ସହରର ଗୋଟିଏ ଲେଖାଏଁ ଘରୋଇ ନର୍ସିଂହୋମ ରହିଛି।ଝାରସୁଗୁଡା ସହର ମଙ୍ଗଳ ବଜାର ରୋଡ଼ ରେ ଥିବା ଆର କେ ମଲଟି କେୟାର ହୋମ , ଅଗ୍ରୱାଲ ନର୍ସିଂ ହୋମ ଓ ବେହେରାମାଲ ଲକ୍ଷ୍ୟ କେୟାର, ବ୍ରଜରାଜନଗର ନିବେଦିତା ସେବା ସଦନ ଓ ବେଳପାହାଡ଼ ଆଶୀର୍ବାଦ ନର୍ସିଂହୋମ କୁ ସିଲ୍ କରାଯାଇଥିବା ଜଣାପଡିଛି। ଏହି ସମସ୍ତ ନର୍ସିଂହୋମ ସରକାର ଘରୋଇ ହସ୍ପିଟାଲ ପାଇଁ ଜାରି କରିଥିବା କରୋନା ଗାଇଡଲାଇନ ପାଳନ କରୁଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଓ ରାଜ୍ୟର ଅନେକ ଡାକ୍ତରଖାନାରେ କୋଭିଡ ପଜିଟିଭ ଚିହ୍ନଟ ହେଉଥିବାରୁ ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳ ସରୋଜ କୁମାର ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝି , ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ନର୍ସିଂହୋମ ଗୁଡ଼ିକ ସିଲ କରିଛନ୍ତି।ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନର୍ସିଂହୋମ ଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି। ଝାରସୁଗୁଡା ଜିଲ୍ଲାରେ ଥିବା କେତେକ ଘରୋଇ ନର୍ସିଂହୋମ ଗୁଡିକ କୋଭିଡ ପାଇଁ ଥିବା ନିୟମ ପାଳନ କରୁ ନ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା।ଏପରିକି ଘରୋଇ ନର୍ସିଂହୋମ ରେ ବହୁ ରୋଗୀ ଚିକିତ୍ସିତ ହେଉଥିଲେ ମଧ୍ୟ ସଠିକ ଭାବରେ ସାନିଟାଇଜ ହେଉଛି କି ନାହିଁ, ରୋଗୀ ଓ ସମ୍ପର୍କୀୟ ମାନେ ସାମାଜିକ ଦୂରତା ନିୟମ ପାଳନ ଓ ମାସ୍କ ବ୍ୟବହାର ନେଇ ଯାଞ୍ଚ ହୋଇଥିବା ଜଣାପଡିଛି।ଯାଞ୍ଚ ସମୟରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ନର୍ସିଂହୋମ ବିରୋଧରେ ପ୍ରଶାସନ ପକ୍ଷରୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ