ଆରୋପ ପ୍ରତ୍ୟାରୋପର ବେଳ ଏହା ନୁହେଁ

ଡ. ମନମୋହନ ବୈଦ୍ୟ

ଭାଗ – ୧

କରୋନା ମହାମାରୀ ସହିତ ଭାରତ ଲଢୁଥିବା ସମୟରେ ଚୀନ ଦ୍ୱାରା ଲଦାଖ ଉପରେ ଆକ୍ରମଣ ହୋଇଥିଲା ଏବଂ ଗଲଓା୍ୱନରେ ହୋଇଥିବା ଏହି ଯୁଦ୍ଧରେ ସୀମା ରକ୍ଷା କରୁଥିବା ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ । ଏହି କ୍ଷୟକ୍ଷତିକୁ ନେଇ ଗଣମାଧ୍ୟମରେ ବହୁତ ଆଲୋଚନା ହେଉଛି । ୧୯୬୨ ମସିହା ପରେ ଚୀନ ସହିତ ଏହି ରକ୍ତାକ୍ତ ସଂଘର୍ଷ ପ୍ରଥମ ଥର ପାଇଁ ଘଟିଥିବାର କୁହାଯାଉଛି । କିଛି ଲୋକ ଭାରତୀୟ ସେନାର ବୀରତ୍ୱ, ଶକ୍ତି ଓ ଭାରତର ବର୍ତ୍ତମାନର ଦୃଢ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରୁଛନ୍ତି । ପ୍ରଶ୍ନ କରୁଥିବା ଏହି ବ୍ୟକ୍ତିମାନଙ୍କର ଇତିହାସ ସନ୍ଦିଗ୍ଧ, ଏମାନେ ହେଉଛନ୍ତି ସେହି ଲୋକ, ଯେଉଁମାନେ ବର୍ତ୍ତମାନର ବିଜେପି ସରକାରକୁ କେନ୍ଦ୍ରକୁ ନ ଆସିବା ପାଇଁ ଏବଂ ନରେନ୍ଦ୍ର ମୋଦୀଙ୍କ ହାତରେ ନେତୃତ୍ୱ ନ ଦେବା ପାଇଁ ସମସ୍ତ ପ୍ରକାର ଚକ୍ରାନ୍ତ କରିଥିଲେ । ସେହି ଶକ୍ତିମାନଙ୍କର ଅଦୂରଦର୍ଶୀତା, ଅବ୍ୟବହାରିକତା, ଅକ୍ଷମତା ଏବଂ ଦୁର୍ବଳ ନେତୃତ୍ୱ କାରଣରୁ ଆଜିର ଏ ପରିସ୍ଥିତି ସୃଷ୍ଟ ଏହା ସର୍ବଜନ ବିଦିତ । ସେମାନଙ୍କ ମନରେ ରାଷ୍ଟ୍ରର ମହନ ସଂକଳ୍ପନାର ଅଭାବ ଯୋଗୁ ଏହି ପରି ସମସ୍ୟା ବାରମ୍ବାର ସୃଷ୍ଟି ହେଉଛି ।
ଭାରତର ବର୍ତ୍ତମାନର ସର୍ବୋଚ୍ଚ ନେତୃତ୍ୱ ଡୋକଲାମରେ ଏବଂ ବର୍ତମାନ ଗାଲଓା୍ୱନ ଅଂଚଳରେ ଯେଉଁ ପ୍ରକାରର ଦୃଢତା, ସାହସ ଓ ସଂଯମତାର ପରିଚୟ ଦେଲେ, ପୂର୍ବରୁ ଚୀନ୍ ବିପକ୍ଷରେ କେବେ ବି ଏପ୍ରକାର ଦୃଢ ନେତୃତ୍ୱର ପ୍ରଦର୍ଶନ ହୋଇ ନଥିଲା । ୧୯୬୨ ପରେ ମଧ୍ୟ ଚୀନ ବାରମ୍ବାର ଗଣ୍ଡଗୋଳ କରି ଚାଲିଥିଲା । କିନ୍ତୁ ଏପ୍ରକାର କୌଣସି ଦୃଢ ବିରୋଧର ସମ୍ମୁଖୀନ ହୋଇ ନ ଥିଲା ।
ସେନାର ବୀରତ୍ୱ, ଦୃଢ ନିଶ୍ଚୟ ଏବଂ ଶକ୍ତି ସହିତ ବଳିଷ୍ଠ ନେତୃତ୍ୱର ଭୂମିକା ଦେଶର ଆନ୍ତର୍ଜ୍ୟାତିକ ସମ୍ପର୍କ ସମନ୍ୱୟରେ ବିଶେଷ ଗୁରୁତ୍ୱ ପୂର୍ଣ୍ଣ ଭୁମିକା ପ୍ରସ୍ତୁତ କରିଥାଏ । ୧୯୯୮ର ସଫଳ ପୋଖରାନ ପରମାଣୁ ପରୀକ୍ଷଣ ହିଁ ଭାରତର ଏହି ପରିଚୟ ସୃଷ୍ଟି କରିଥିଲା । ଏଥିରେ ବୈଜ୍ଞାନିକମାନଙ୍କ ସହିତ ରାଷ୍ଟ୍ର ନେତୃତ୍ୱର ନିର୍ଣ୍ଣୟକ ଭୂମିକା ହିଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତୀୟ ବୈଜ୍ଞାନିକମାନେ ୧୯୯୪ରେ ଏହି ପରମାଣୁ ପରୀକ୍ଷା କରିବା ପାଇଁ ସକ୍ଷମ ଥିଲେ, କିନ୍ତୁ ଆନ୍ତର୍ଜାତୀୟ ଚାପ ହେତୁ ସେହି ସମୟର ଶୀର୍ଷ ନେତୃତ୍ୱ ଏହି ସାହସ ଦେଖାଇ ନଥିଲେ, ଯାହା ୧୯୯୮ରେ ଶ୍ରୀ ଅଟଳ ବିହାରୀ ବାଜପେୟୀ ଦେଖାଇଥିଲେ । ଏହି ସଫଳ ପରୀକ୍ଷଣ ପରେ ବିଶ୍ୱରେ ଭାରତ ଏବଂ ଭାରତୀୟଙ୍କ ବିଶ୍ୱସନୀୟତା ବୃଦ୍ଧି ପାଇଥିଲା । ୨୦୧୪ ପରଠାରୁ ରାଷ୍ଟ୍ରବିରୋଧୀ ତତ୍ତ୍ୱ, ଆତଙ୍କବାଦୀ କାର୍ଯ୍ୟକଳାପ, ନକ୍ସଲବାଦୀ ଗତିବିଧି, ପାକିସ୍ତାନ ସହ କୁଟନୀତି ଏବଂ ଚୀନ ସହିତ ଭାରତର ମନୋବୈଜ୍ଞାନିକ ହିସାବକିତାବରେ ଏକ ମୌଳିକ ପରିବର୍ତନ ଆସିଛି । ଉରି ଏୟାରଷ୍ଟ୍ରାଇକ୍‌, ବାଲକୋଟ, ଡୋକଲାମ, ଗାଲୱାନ, କାଶ୍ମୀରରେ ପାକ୍ ସମର୍ଥିତ ଆତଙ୍କବାଦକୁ ସଫଳ ପ୍ରତିରୋଧ-ଏହି ପରିବର୍ତନ ଗୁଡିକ ଉକ୍ତ କାର୍ଯ୍ୟକଳାପରୁ ସ୍ପଷ୍ଟ । ଏପର୍ଯ୍ୟନ୍ତ ଦୁର୍ଲକ୍ଷିତ ଭାରତୀୟ ସୀମାର ଭୀତ୍ତିଭୂମି ଏବେ ଦ୍ରୁତ ଗତିରେ ବିକଶିତ ହୋଇ ଚାଲିଛି । ପୂର୍ବରୁ ପାକିସ୍ତାନ ଏବଂ ବର୍ତ୍ତମାନର ଚୀନ ଦଖଲରେ ଥିବା ଅକ୍‌ସାଇ ଚୀନ ଭାରତୀୟ ଭୂଖଣ୍ଡକୁ ଫେରାଇ ଆଣିବା ନିଷ୍ପତି ହିଁ ଏହି ଦୃଢ, ସାହସିକ ଏବଂ ଦୃରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ପରିଚାୟକ । ଭାରତର ଏ ପ୍ରକାର ମନଭୁମିକା ଚୀନର କ୍ରୋଧର କାରଣ । ଭାରତର ଏହି ସବୁ କାର୍ଯ୍ୟକଳାପ ରାଷ୍ଟ୍ରବିରୋଧୀ ତତ୍ତ୍ୱଙ୍କ ଆଖିରେ ଯ।।ଉନାହିଁ । ୧୯୬୨ ମସିହାରେ ଚୀନ ସହିତ ଯୁଦ୍ଧରେ ଭାରତୀୟ ସେନାର ଅପୂର୍ବ ବୀରତ୍ୱ ଏବଂ ବଳିଦାନ ସତ୍ୱେ ଆମେ ପରାଜୟ ବରଣ କରିଥିଲୁ । ଏହାର ଦୁଇଟି ମୁଖ୍ୟ କାରଣ ଅଛି । ପ୍ରଥମତଃ, ସେହି ସମୟରେ ଭାରତର ଶୀର୍ଷ ନେତୃତ୍ୱରେ ଦୂରଦୃଷ୍ଟି ଅଭାବ ଏବଂ ଦ୍ୱିତୀୟରେ ଯୁଦ୍ଧ ପାଇଁ ଆଦୌ ପ୍ରସ୍ତୁତ ନହେବା । ଚୀନର ବିସ୍ତାରବାଦୀ ପ୍ରକୃତି ବିଷୟରେ ଅବଗତ ଥାଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତତ୍କାଳୀନ ପରମପୂଜନୀୟ ସରସଂଘଚାଳକ ଶ୍ରୀଗୁରୁଜୀ ଏବଂ ଅନେକ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରାରମ୍ଭରୁ “ ହିନ୍ଦୀ ଚୀନ୍‌କୁ ଭାଇ ଭାଇ” ର ସ୍ଲୋଗାନର ପ୍ରଚ୍ଛଦପଟରେ ଚୀନ ପ୍ରତାରଣା କରିପାରେ ବୋଲି ସତର୍କ କରାଇଥିଲେ । ଏହି ଚେତାବନୀକୁ ଅଣଦେଖାକରି ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରସ୍ତୁତ ନହୋଇ ତଥା ଚୀନକୁ ଆପଣେଇବାର ପରିଣାମ ସ୍ୱରୂପ ଆମକୁ ୧୯୬୨ ଯୁଦ୍ଧରେ ଲଜ୍ଜାଜନକ ଏବଂ ଦୁଃଖଦ ପରିଣାମର ସମ୍ମୁଖୀନ ହେବାକୁ ପଡିଲା ।
ଏହି ଘଟଣା ପରେ ଭାରତୀୟ ସେନାକୁ ସଜାଇବା ପାଇଁ ନିଷ୍ପତି ନିଆଯାଇଥିଲା, କିନ୍ତୁ କେବଳ ସେନାର ଶକ୍ତିକୁ ଠିକ୍ କରିଦେଲେ ପର୍ଯ୍ୟାପ୍ତ ହେବ ନାହିଁ । ରାଜନୈତିକ ନେତୃତ୍ୱର ପରିପକ୍ୱତା ଏବଂ ଦୃଢତା ଏକାନ୍ତ ଆବଶ୍ୟକ ଥିଲା ।
ଏବେ ୬ ଡେସେମ୍ବର ୨୦୧୩ର ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ଏ କେ ଏଂଟୋନୀ ସଦନରେ ବିବୃତି ଦେଉଥିବାର ଭିଡିଓ ସାମନାକୁ ଆସିଛି । ଏଥିରେ ସେ କହୁଛନ୍ତି, “ଭାରତ ଅପେକ୍ଷା ଭିତିଭୂମି ନିର୍ମାଣରେ ଚୀନ ବହୁତ ଭଲ । ସେମାନଙ୍କର ଭିତିଭୂମି ଏବଂ ବିକାଶ ଭାରତ ଅପେକ୍ଷା ଉଚ୍ଚକୋଟୀର । ଦୀର୍ଘବର୍ଷ ଧରି ସୀମାର ବିକାଶ ନ କରିବା କିଭଳି ପ୍ରତିରକ୍ଷା ବ୍ୟବସ୍ଥା ଏହା ସପକ୍ଷରେ ବି ଯୁକ୍ତି ଦିଆଯ।।ଉଥିଲା । ତେଣୁ ବହୁ ବର୍ଷଧରି ସୀମାନ୍ତ ଅଂଚଳରେ ରାସ୍ତା କିମ୍ବା ବିମାନଘାଟି ନିର୍ମାଣ କରାଯାଇନଥିଲା । କିନ୍ତୁ ଏହି ପର୍ଯ୍ୟାପ୍ତ ସମୟ ଭିତରେ ଚୀନ ତା ସୀମାନ୍ତ ଅଂଚଳରେ ଏହାର ଭିତିଭୂମି ବିକାଶ କରି ଚାଲିଥିଲା । ଫଳ ସ୍ୱରୂପ ସେମାନେ ସାମରୀକ ଶକ୍ତି ପ୍ରଦର୍ଶନରେ ଭାରତ ଠାରୁ ଆଗରେ ରହିଲେ । ମୁଁ ଏହାକୁ ସ୍ୱୀକାର କରୁଛି । ଏହା ଏକ ଐତିହାସିକ ତଥ୍ୟ ।”
ସ୍ୱାଧୀନତାର କିଛି ସମୟ ପରେ ଭାରତର ବୈଦେଶିକ, ସୁରକ୍ଷା ଏବଂ ଆର୍ଥୀକ ନୀତି ଏକ ଭୂଲ ଦିଗରେ ପରିଚାଳିତ ହୋଇ ଚାଲିଥିଲା । ସୁରକ୍ଷା ନୀତିର ଉଦାହରଣ ଉପରେ ପ୍ରକାଶ ପାଇଛି । ଆର୍ଥୀକନୀତି ବିଷୟରେ ଆଲୋଚନା କଲେ ଜଣା ପଡିବ ଯେ, ଗ୍ରାମ-ଆଧାରିତ ବିକେନ୍ଦ୍ରୀକରଣ ଅର୍ଥନୀତି ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ବଡ ବଡ ସହର ଚାରିପାଖରେ ବିକାଶ କରୁଥିବା କେନ୍ଦ୍ରୀକୃତ ଅର୍ଥବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇ ଥିବ।।ରୁ ଗାଁ ଗୁଡିକ ଅବିକସିତ ହୋଇ ପଡିଲା । ଆଜିବି ଭାରତର ଗାଁ ମାନଙ୍କରେ ୭୦ ପ୍ରତିଶତ ସମାଜ ବସବାସ କରନ୍ତି । ବିକାଶର ଭୁଲ ଅବଧାରଣା କାରଣରୁ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ତଥା ରୋଜଗାର ପାଇଁ ଗାଁ ଲୋକେ ଗାଁ ଛାଡି ଦୂର ସହରକୁ ଯାଇ ଅତି କଳୁଷିତ ପରିବେଷରେ ରହିବାକୁ ବାଧ୍ୟ ହୋଇଥିଲେ । ଏହି ନୀତିର ପ୍ରକୃତ ପରିଣାମ ଆଜି କରୋନା ମହାମାରୀ ସମୟରେ ଉଜାଗର ହେଲା । ଯେତେବେଳେ ଚାକିରୀ ପାଇଁ ଅନ୍ୟ ରାଜ୍ୟକୁ ଯାଇଥିବା ଲକ୍ଷ ଲକ୍ଷ ଶ୍ରମିକ ଅନୁଭବ କଲେ ସେମାନଙ୍କର ରୋଜଗାର ହେଉନାହିଁ, ଚଳିବା ପାଇଁ ଆବଶ୍ୟକ ସାଧନ ଉପଲବ୍ଧ ନାହିଁ ସେମାନେ ବାଧ୍ୟ ହୋଇ ପୁଣି ଗାଁ କୁ ଫେରୁଛନ୍ତି । ରୋଜଗାରର ଅନ୍ୱେଷଣରେ ସେମାନେ ନିଜ ଭିଟ୍ଟାମାଟି, ପ୍ରିୟଜନ ଏବଂ ନିଜ ସଂସ୍କୃତି ଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । କିନ୍ତୁ ଭାରତରେ ଅଧିକାଂଶ ରୋଜଗାର କୃଷି ଏବଂ କୃଷି ଆଧାରିତ ଗ୍ରାମୀଣ ଶିଳ୍ପରୁ ହିଁ ଆସିଥାଏ । ଦେଶ ସ୍ୱାଧୀନ ହେଲା ପରେ ଭୁଲ ନୀତି କାରଣରୁ କୃଷି ଏବଂ କୃଷକମାନେ ଅବହେଳିତ ହୋଇ ଚାଲିଛନ୍ତି ।
ବୈଦେଶିକ ନୀତି ବିଷୟରେ ଆଲୋଚନା କରିବାକୁ ଗଲେ ଗୋଷ୍ଠୀନିରପେକ୍ଷ ବିଷୟରେ ଆଲୋଚନା କରିବା ବେଳ । ବୈଶ୍ୱିକରଣ ପ୍ରସଙ୍ଗରେ, ଯେପର୍ଯ୍ୟନ୍ତ ଭାରତ ସଶକ୍ତ ନହୋଇଛି ସେ ପର୍ଯ୍ୟନ୍ତ ଏହାକୁ ରଣନୀତି ଦୃଷ୍ଟିକୋଣରୁ ଗୋଷ୍ଠିନିରପେକ୍ଷ ରୂପେ ବୁଝିବାକୁ ହେବ । କିନ୍ତୁ ଏହା ଆମର ବୈଦେଶୀକ ନୀତିର ସ୍ଥାୟୀ ଆଧାର ହୋଇ ପାରିବ ନାହିଁ । ଯେଉଁ ଦୁଇ ମହାଶକ୍ତି ନିରପେକ୍ଷତାର କଥା ହେଉଥିଲେ ସେହି ଦୁଇ ମହାଶକ୍ତିଙ୍କର ଜାତୀୟ ଜୀବନ, ସେମାନଙ୍କର ବୈଚାରୀକ ଅଧିଷ୍ଠାନ, ତାଙ୍କର ରାଷ୍ଟ୍ରୀୟ, ସାମାଜିକ ଏବଂ ମାନବ ଜୀବନର ଅନୁଭବ ଭାରତର ରାଷ୍ଟ୍ରୀୟ, ସାମାଜିକ, ବୈଚାରୀକ ଅଧିଷ୍ଠାନ ଠାରୁ ଏତେ ଅବିକଶିତ, ଅସମ୍ପୂର୍ଣ୍ଣ ଏବଂ ଅପରିପକ୍ୱ, ସେମାନଙ୍କ ଆଧାରରେ ଆମର ନୀତି ନିର୍ଣ୍ଣୟ କରିବାର କଳ୍ପନା ମଧ୍ୟ ନିଜ ଦାସତ୍ୱ ମାନସିକତାର ପ୍ରତିଫଳନ । ଆମେରିକା ଏବଂ ସେହି ସମୟର ଋଷ ଏହି ମହାଶକ୍ତିର ଦୁଇ କେନ୍ଦ୍ର ଥିଲେ, ସେମାନଙ୍କର ଜାତୀୟ ଜୀବନ ୩୦୦/୪୦୦ ବର୍ଷରୁ କମ୍‍ । ଯେଉଁ ଆଦର୍ଶ ବା ବିଚାରଧାରାର ଦ୍ୱାହି ଦେଉଛନ୍ତି ସେ ବିଚାର ଧାରାର ଅଭିଜ୍ଞତା ମଧ୍ୟ ୧୦୦ ବର୍ଷରୁ କମ୍‍ । ଅନ୍ୟ ପକ୍ଷରେ ଭାରତର ଇତିହାସ, ଜାତୀୟ ଜୀବନ ଅତି କମରେ ୧୦ ହଜାର ବର୍ଷର ପୁରାତନ ।

 

ସହ-ସରକାର୍ଯ୍ୟବାହ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

କ୍ରମଶଃ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ